
ଗଞ୍ଜାମ, ୧୧ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣ ଛାଇ ଗ୍ରାମରେ ଗତ ରାତିରେ ଜଣେ ବୃଦ୍ଧଙ୍କୁ ସାମାନ୍ୟ ଵଚସାରୁ ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିପିଟି ହତ୍ଯା କରିଥିଵା ଖବର ମିଳିଛି। ମୃତକ ଜଣକ ହେଲେ କଂଗ୍ରେସ ନାହାକ (୫୫ ଵର୍ଷ)।
ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ରାତିରେ ହିଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଵ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ