ରିୟାଦ ବିମାନବନ୍ଦରରେ ଆକ୍ରମଣରେ ଜଣେ ଆମେରିକୀୟଙ୍କ ସମେତ ୧୨ ମୃତ, ୩୦୯ ଆହତ
ରିୟାଦ (ସାଉଦି ଆରବ), ୧୧ ଅକ୍ଟୋବର (ହି.ସ.)। ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ହୋଇଥିବା ଆକ୍ରମଣରେ ଜଣେ ଆମେରିକୀୟଙ୍କ ସମେତ ଅତି କମ୍ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦୯ ଜଣ ଆହତ ହୋଇଛନ୍ତି। ସାଉଦି ଆରବର ସାଧାରଣ ବିମାନ ଚଳାଚଳ ପ୍ରାଧ
रियाद एयरपोर्ट पर  हमले के बाद आग लग गई। फोटो -  इंटरनेट मीडिया


ରିୟାଦ (ସାଉଦି ଆରବ), ୧୧ ଅକ୍ଟୋବର (ହି.ସ.)। ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ହୋଇଥିବା ଆକ୍ରମଣରେ ଜଣେ ଆମେରିକୀୟଙ୍କ ସମେତ ଅତି କମ୍ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦୯ ଜଣ ଆହତ ହୋଇଛନ୍ତି। ସାଉଦି ଆରବର ସାଧାରଣ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ମୃତକଙ୍କ ମଧ୍ୟରେ ଚାରି ଜଣ ସାଉଦି ନାଗରିକ, ଦୁଇ ଜଣ ବାଂଲାଦେଶୀ ଏବଂ ଇଜିପ୍ଟ, ଜୋର୍ଡାନ, ସିରିଆ, ପାଲେଷ୍ଟାଇନ ଓ ସୁଦାନର ଜଣେ ଲେଖାଏଁ ନାଗରିକ ଅଛନ୍ତି। ଅଧିକାରୀମାନେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ୍ ମାଧ୍ୟମରେ କହିଛନ୍ତି ଯେ ଆହତମାନଙ୍କର ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଚାଲିଛି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହୁତି ଏହି ଆକ୍ରମଣର ଦାୟିତ୍ୱ ଏପର୍ଯ୍ୟନ୍ତ ନେଇନାହିଁ।

ଗଲ୍ଫ ନ୍ୟୁଜ୍ ଏବଂ ସିବିଏସ୍ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଆକ୍ରମଣ ପରେ ବିମାନବନ୍ଦରର କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା। ଏହି ଆକ୍ରମଣରେ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଖୁବ୍ଶୀଘ୍ର କୌଣସି ନିଷ୍ପତ୍ତି ନେବେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି, “ସାଉଦି ଆରବ ଉପରେ ହୁତିଙ୍କ ଆକ୍ରମଣକୁ ଆମେରିକା ଦୃଢ଼ ନିନ୍ଦା କରୁଛି। ରିୟାଦ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଆମେରିକୀୟ ନାଗରିକଙ୍କ ସମେତ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି।” ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସାଉଦି ଆରବର ଅଧିକାରୀମାନଙ୍କ ସହ ଆଲୋଚନା କରିଛି।

ଆତଙ୍କବାଦୀ ସଂଗଠନ ହୁତି ଏପର୍ଯ୍ୟନ୍ତ ଶନିବାରର ଆକ୍ରମଣର ଦାୟିତ୍ୱ ନେଇନାହିଁ। ତେବେ ଏହି ସପ୍ତାହର ଆରମ୍ଭରେ ହୁତି ଏହି ବିମାନବନ୍ଦର ଉପରେ ଆକ୍ରମଣ କରିଥିବା ଦାବି କରିଥିଲା। ସେହି ଆକ୍ରମଣରେ ଜଣେ ପାଇଲଟ୍ଙ୍କ ସମେତ ତିନି ଜଣ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଶନିବାର ଏକ କ୍ଷେପଣାସ୍ତ୍ର ଦ୍ୱାରା ଘରୋଇ ବିମାନ ଚଳାଚଳର ଟର୍ମିନାଲ୍ ୩ ଏବଂ ୪ ଥିବା ଏକ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରାଯାଇଥିଲା। ୟେମେନରେ ମିଳିତ ଜାତିସଂଘର ସ୍ୱତନ୍ତ୍ର ଦୂତ ହାନ୍ସ ଗ୍ରୁଣ୍ଡବର୍ଗ ଶନିବାରର ଆକ୍ରମଣକୁ ଆଞ୍ଚଳିକ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ବୋଲି କହିଛନ୍ତି।

ଏହି ଆକ୍ରମଣ ପରେ ଫ୍ଲାଇଟ୍ରାଡାର୍ ୨୪ ଟ୍ରାକର୍ କହିଛି ଯେ ବିମାନଗୁଡ଼ିକୁ ଅନ୍ୟ ବିମାନବନ୍ଦର ଆଡ଼କୁ ଡାଇଭର୍ଟ କରାଯାଇଛି। ଆମେରିକା, ବ୍ରିଟେନ୍, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ କାନାଡା ଭଳି ଦେଶ ସେମାନଙ୍କ ନାଗରିକମାନଙ୍କୁ ବିମାନବନ୍ଦରଠାରୁ ଦୂରରେ ରହିବାକୁ ସତର୍କ କରାଇଛନ୍ତି। ରିୟାଦ ବିମାନବନ୍ଦରରେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଏକ ବୃହତ୍ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମ୍ମିଳନୀ ରବିବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande