
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ
ସଂସ୍କାର ଏହି ବାର୍ତ୍ତାକୁ ଆଗକୁ ବଢ଼ାଇ ଆଜି ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣୀପାଲି ଗ୍ରାମର
ପୋଖରୀ ଏବଂ ରାସ୍ତାଘାଟ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ,ଆମ ଗାଁ, ପରିବେଶକୁ ସୁସ୍ଥ ଓ
ପରିଷ୍କାର ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏହା ଏକ
ସାମାଜିକ ଆନ୍ଦୋଳନ ଯାହା ଆମ ଜୀବନଧାରାକୁ ସୁସ୍ଥ ଓ ସୁନ୍ଦର କରିଥାଏ। ଏହି ସଫେଇ ଅଭିଯାନରେ
ସ୍ଥାନୀୟ ଗ୍ରାମବାସୀ ସ୍ୱେଚ୍ଛାକୃତ ଭାବେ
ଅଂଶଗ୍ରହଣ କରିବା ବାସ୍ତବରେ ପ୍ରଶଂସନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା