
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ମା ବିରଜାଙ୍କ ବିଜୟା ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ
ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମା ବିରଜାଙ୍କ ବିଜୟା ରଥଯାତ୍ରା
ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପବିତ୍ର ଅବସରରେ, ମା' ଙ୍କ ଆଶୀର୍ବାଦ
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି
ଯେ, ମା’ ବିରଜାଙ୍କ ପବିତ୍ର ବିଜୟା ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତ ର ୫୧ ଟି ଶକ୍ତିପୀଠ ମଧ୍ୟ ରୁ ଅନ୍ୟତମ ଶକ୍ତିପୀଠ ମା
ବିରଜା ଙ୍କ ବିଜୟା ରଥଯାତ୍ରା ଉପଲକ୍ଷେ ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା।ଏହି ପବିତ୍ର ଅବସରରେ, ମା' ଙ୍କ ଆଶୀର୍ବାଦ
ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ନେଇଆସୁ।
ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାରେ ମାତୃଶକ୍ତି ବନ୍ଦନାର ଏକ ଅନନ୍ୟ ଉଦାହରଣ ମା’
ବିରଜାଙ୍କ ବିଜୟା ରଥଯାତ୍ରା । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା ଜଣାଉଛି । ମା’ଙ୍କ କୃପାରୁ ଆପଣମାନଙ୍କ ଜୀବନ ସୁଖ, ସମୃଦ୍ଧି ଓ
ସମ୍ମାନରେ ପରିପୂର୍ଣ୍ଣ ହେଉ । ଓଡ଼ିଶାର ନାରୀଶକ୍ତି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ ଏବଂ
ନିଜ ସ୍ୱପ୍ନକୁ ସାକାର କରନ୍ତୁ,
ଏହା ହିଁ ମା’ଙ୍କ
ନିକଟରେ ମୋର ପ୍ରାର୍ଥନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା