
ଗଞ୍ଜାମ, ୧୧ ଅକ୍ଟୋବର (ହି.ସ.)- ଗତକାଲି ରାତିରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ ପୁଲିସ ଗୋଟିଏ ଯାତ୍ରୀବାହି ବସ୍ ରୁ ଦୁଇ ବ୍ୟାଗ ଗଞ୍ଜେଇ ଜବତ କରିଛି।
ବସ୍ ଟି ସୋରଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କୈ।ଣସିସୂତ୍ରରୁ ସୂଚନା ପାଇ ଏହି ବସ୍ ଉପରେ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ବସ୍ ରୁ କିଛି ଲୋକଙ୍କୁ ଉଠାଇ ଆଣି ଜେରା କରୁଛି ବୋଲି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ