
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩
ବର୍ଷରୁ କମ୍ କ୍ରିକେଟ ଦଳରେ ମନୋନୀତ ହୋଇଥିବାରୁ ଓମକାର ମହାନ୍ତିଙ୍କୁ ଶୁଭକାମନା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି
ଯେ, ବଲାଙ୍ଗିରର ଉଦୀୟମାନ ଯୁବ କ୍ରିକେଟର ଓମକାର ମହାନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ
ପ୍ରତିଷ୍ଠିତ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ କ୍ରିକେଟ ଦଳରେ
ମନୋନୀତ ହୋଇଥିବାରୁ ତାଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଓମକାରଙ୍କ ଏହି ସଫଳତା
ସମଗ୍ର ବଲାଙ୍ଗିର ଜିଲ୍ଲା ତଥା ଅଞ୍ଚଳର କ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦ, ଗର୍ବ ଓ ଗୌରବର
ବିଷୟ। ସେ ନିଜର ଆକର୍ଷଣୀୟ ପ୍ରଦର୍ଶନ ଜରିଆରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ବଲାଙ୍ଗିର ତଥା
ସମଗ୍ର ଓଡ଼ିଶାର ଖ୍ୟାତି ବୃଦ୍ଧି କରନ୍ତୁ, ଏହାହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା