
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଆଜି ପବିତ୍ର ନବରାତ୍ରରେ ପ୍ରଥନ ଦିନରେ ମାଆ
ଶୈଳପୁତ୍ରୀଙ୍କ ଆରାଧନା । ଏହି ଅବସରରେ ମାଆଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା
କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପ୍ରଣାମ। ମା'ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଯାଉ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ନବରାତ୍ରୀର ପ୍ରଥମ ଦିନରେ ଆଜି ମା ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା ଶୈଳପୁତ୍ରୀଙ୍କୁ
ମୋର କୋଟି କୋଟି ପ୍ରଣାମ। ମା'ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି
ଭରିଯାଉ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ନବରାତ୍ରିର ପ୍ରଥମ ଦିନରେ ଆଜି ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’
ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ପବିତ୍ର ଦିନରେ ମା’ ଶୈଳପୁତ୍ରୀଙ୍କୁ କୋଟି କୋଟି
ପ୍ରଣାମ ଜଣାଉଛି ଏବଂ ମା’ଙ୍କ ନିକଟରେ ଆପଣମାନଙ୍କ ସମୃଦ୍ଧି ଓ ସଫଳତା ପାଇଁ ପ୍ରାର୍ଥନା କରୁଛି
।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ପବିତ୍ର ନବରାତ୍ରିର ଶୁଭ ଅବସରରେ ବିନିକା ଠାରେ ମା' ଶୈଳପୁତ୍ରୀଙ୍କ
ଦର୍ଶନ କରି ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ ମଙ୍ଗଳ କାମନା କଲି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା
ଜାରି କରି କହିଛନ୍ତି ଯେ, ମା’ ଭଗବତୀ ଜଗଦମ୍ବାଙ୍କ ଆରାଧନା ଓ ଉପାସନାର ପବିତ୍ର ପର୍ବ ‘ଶାରଦୀୟ
ନବରାତ୍ରି’ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା’ ସମସ୍ତଙ୍କ ଜୀବନକୁ ସୁଖ, ସ୍ୱାସ୍ଥ୍ୟ ଓ
ସୌଭାଗ୍ୟର ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତୁ, ଏହା ହିଁ ମୋର ପ୍ରାର୍ଥନା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆଦିଶକ୍ତି ମା’ ଭଗବତୀଙ୍କ ଆରାଧନା ଓ ଉପାସନାର ପବିତ୍ର
ପର୍ବ ‘ଶାରଦୀୟ ନବରାତ୍ରି’ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମା’
ଦୁର୍ଗାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟର ସଞ୍ଚାର ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା