ରାଜଧାନୀ ମହାବିଦ୍ୟାଳୟରେ ୨୯ଟି ପଦବୀରୁ ୨୦ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଏବିଭିପି ପ୍ରାର୍ଥୀ।
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) - ଚଳିତ ବର୍ଷ ରାଜଧାନୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ମୋଟ ୨୯ଟି ପଦବୀ ମଧ୍ୟରୁ ୨୦ଟି ପଦବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ
ରାଜଧାନୀ ମହାବିଦ୍ୟାଳୟରେ ୨୯ଟି ପଦବୀରୁ ୨୦ଟିରେ ନିର୍ଦ୍ୱନ୍ଦ୍ୱରେ     ନିର୍ବାଚିତ ଏବିଭିପି ପ୍ରାର୍ଥୀ।


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) - ଚଳିତ ବର୍ଷ ରାଜଧାନୀ ମହାବିଦ୍ୟାଳୟର ଛାତ୍ର ସଂସଦ

ନିର୍ବାଚନରେ ମୋଟ ୨୯ଟି ପଦବୀ ମଧ୍ୟରୁ ୨୦ଟି ପଦବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ରାଜଧାନୀ କଲେଜ ଛାତ୍ର

ସଂସଦର ପୂର୍ବତନ ସଭାପତି ରଜତ କୁମାର ପରିଡ଼ା ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଏହି

ଅବସରରେ ଶ୍ରୀ ପରିଡ଼ା କହିଛନ୍ତି ଯେ, ଛାତ୍ର ସଂସଦ ହେଉଛି ଛାତ୍ରଛାତ୍ରୀଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିବା

ଏବଂ ମହାବିଦ୍ୟାଳୟର ବିକାଶରେ ଯୋଗଦାନ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ନବନିର୍ବାଚିତ

ପ୍ରତିନିଧିମାନେ ଶୃଙ୍ଖଳା, ଏକତା ଓ

ଦାୟିତ୍ୱବୋଧ ବଜାୟ ରଖି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି, ଛାତ୍ରଛାତ୍ରୀଙ୍କ

ମୌଳିକ ସମସ୍ୟାର ସମାଧାନ, ସେମାନଙ୍କ ହିତର

ସୁରକ୍ଷା ଏବଂ ବୌଦ୍ଧିକ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ

କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନିର୍ବାଚନରେ ମିଳିଥିବା ଦାୟିତ୍ୱକୁ କେବଳ ପଦବୀ ଭାବେ ନୁହେଁ, ବରଂ

ଛାତ୍ରଛାତ୍ରୀଙ୍କ ସେବା ଓ ମହାବିଦ୍ୟାଳୟର ଉନ୍ନତି ପାଇଁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ।

ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇ ସମସ୍ତେ ମିଳିମିଶି ରାଜଧାନୀ ମହାବିଦ୍ୟାଳୟର

ଗୌରବ ଓ ମର୍ଯ୍ୟାଦା ବୃଦ୍ଧି ପାଇଁ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।ଆଗାମୀ ୧୫

ତାରିଖ ରେ ଅନ୍ୟ ପଦବୀ ଗୁଡିକରେ ମଧ୍ୟ ଏବିଭିପି ବିଜୟ ଲାଭ କରିବ।

ଶେଷରେ, ମହାପ୍ରଭୁଙ୍କ ନିକଟରେ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କ ଉଜ୍ଜ୍ୱଳ

ଭବିଷ୍ୟତ, ସଫଳତା ଓ ଛାତ୍ରଛାତ୍ରୀଙ୍କ

ପାଇଁ ନିଷ୍ଠାପର ସେବା କରିବାର ଶକ୍ତି କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande