ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଶ
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ତାଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସରେ ଗଭୀର

ଶ୍ରଦ୍ଧାଞ୍ଜଳି। ମାତ୍ର ୧୨ ବର୍ଷ ବୟସରେ ଅଦମ୍ୟ ସାହସ ଦେଖାଇ ଦେଶ ପାଇଁ ଜୀବନ ଉତ୍ସର୍ଗ

କରିଥିବା ବାଜି ରାଉତ ଆଗାମୀ ପିଢ଼ି ପାଇଁ

ପ୍ରେରଣାର ଉତ୍ସ ହୋଇ ରହିବେ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା

ଜାରି କରି କହିଛନ୍ତି ଯେ, ଦେଶର ସର୍ବକନିଷ୍ଠ ସହିଦ, ବାଜି ରାଉତଙ୍କ

ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ଦେଶର ସର୍ବକନିଷ୍ଠ ଶହୀଦ ତଥା ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି

ରାଉତଙ୍କ ବଳିଦାନ ଦିବସ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଅର୍ପଣ କରୁଅଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସରେ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଓ

ଅମର ବଳିଦାନର ପ୍ରତୀକ, ସର୍ବକନିଷ୍ଠ ସହିଦ

ବାଜି ରାଉତଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ମାତୃଭୂମିର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିବା ଏହି ଅମର ବୀରଙ୍କ ତ୍ୟାଗ ଓ

ବୀରତ୍ୱ ଓଡ଼ିଆ ଜାତିର ଇତିହାସରେ ସଦା ଅମ୍ଳାନ ହୋଇ ରହିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ଭାରତ ମୁକ୍ତି ସଂଗ୍ରାମର ସର୍ବ କନିଷ୍ଠ ସାଧକ ଶହୀଦ ବାଜି ରାଉତଙ୍କ

ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ମାତ୍ର ୧୨ ବର୍ଷ ବୟସରେ ଇଂରେଜ ମାନଙ୍କ ଆଗରେ ବୀରତ୍ଵ

ଦେଖାଇ ଦେଶ ମାତୃକା ପାଇଁ ଶହୀଦ ହୋଇଥିଲେ ଉତ୍କଳ ଜନନୀର ବୀର ସୁପୁତ୍ର ବାଜି ରାଉତ। ତାଙ୍କର

ବୀରତ୍ଵର ଗାଥା ଆମକୁ ସର୍ବଦା ଅନୁପ୍ରାଣିତ କରୁଥିବ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର

ପ୍ରଧାନ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ତଥା

ସର୍ବକନିଷ୍ଠ ଶହୀଦ୍ ବାଜି ରାଉତଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି । ଦେଶ ମାତୃକାର ସେବାରେ

ତାଙ୍କର ତ୍ୟାଗ ଓ ବଳିଦାନ ସ୍ମରଣୀୟ ହୋଇ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande