ବଲାଙ୍ଗୀରରେ ୭୦ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଂଟନ, ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ
ବଲାଙ୍ଗୀର, ୧୨ ଅକ୍ଟୋବର(ହି.ସ.) – ୭୦ତମ ଓଡ଼ିଶା ରାଜ୍ୟବିଦ୍ୟାଳୟ ସମୂହ ବ୍ୟାଡମିଂଟନ, ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ୧୪ ଏବଂ ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଚାମ୍ପିଅନସିପ୍ ୨୦୨୬ ବଲାଙ୍ଗୀର ପି.ଆର. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆନୁଷ୍ଠାନିକ ଭାବେ ଆଜି ଉଦଘାଟିତ ହୋଇଯାଇଛି। ଏହି ଉଦଘ
ବଲାଙ୍ଗୀରରେ ୭୦ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ,ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ


ବଲାଙ୍ଗୀରରେ ୭୦ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ,ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ


ବଲାଙ୍ଗୀରରେ ୭୦ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ,ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ


ବଲାଙ୍ଗୀରରେ ୭୦ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ,ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ


ବଲାଙ୍ଗୀର, ୧୨ ଅକ୍ଟୋବର(ହି.ସ.) – ୭୦ତମ ଓଡ଼ିଶା ରାଜ୍ୟବିଦ୍ୟାଳୟ ସମୂହ ବ୍ୟାଡମିଂଟନ, ଫେନ୍ସିଂ, ଥାଙ୍ଗ-ଟା ଓ କ୍ରିକେଟ ୧୪ ଏବଂ ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଚାମ୍ପିଅନସିପ୍ ୨୦୨୬ ବଲାଙ୍ଗୀର ପି.ଆର. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆନୁଷ୍ଠାନିକ ଭାବେ ଆଜି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ୱରେ କଂଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଆୟୋଜକ ସମ୍ପାଦକ ତଥା ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଚାମ୍ପିଅନସିପର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ମୟୁରଭଞ୍ଜ ଭାଗିରଥି ମଲ୍ଲିକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର,ଜିଲ୍ଲା ବ୍ୟାଡମିଂଟନ ଏସୋସିଏସନର ସାଧାରଣ ସମ୍ପାଦକ ସୁରୁଲାଲ ମଟାରୀ, ଜିଲ୍ଲା ଫେନ୍ସିଂ ଏସୋସିଏସନର ସାଧାରଣ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ପିଏମ ଶ୍ରୀ ପି.ଆର. ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ପ୍ରମୁଖ ମଂଚାସୀନ ଥିଲେ। ଟାଉନ୍ ବାଳିକା ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ଉଦଘାଟନୀ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ମୁଖ୍ୟ ଅତିଥିଙ୍କ ଦ୍ୱାରା ରାଜ୍ୟ ପତାକା ଓ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ପତାକା ଉତୋଳନ କରାଯାଇ ପ୍ରତିଯୋଗୀମାନଙ୍କୁ ଶପଥ ପାଠ କରାଯାଇଥିଲା।ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଖେଳାଳି ଓ କର୍ମକର୍ତା ଯୋଗଦେଇଛନ୍ତି।ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ୨୮ଟି ଜିଲ୍ଲାରୁ ୨୩୧ ଜଣ ବାଳକ,୨୦୪ ଜଣ ବାଳିକା,୬୯ ଜଣ ମ୍ୟାନେଜର ଓ କୋଚ୍ ଏବଂ ୨୯ ଜଣ ଅଫିସିଆଲଙ୍କୁ ମିଶାଇ ସର୍ବମୋଟ ୫୩୩ ଜଣ ଅଂଶଗ୍ରହଣ କରିଛନ୍ତି। କ୍ରିକେଟ ୧୭ ବର୍ଷରୁ କମ ବାଳିକା ବର୍ଗରେ ୧୩ଟି ଜିଲ୍ଲାରୁ ୨୦୦ ଜଣ ବାଳିକା ଖେଳାଳି,୨୮ ଜଣ ମ୍ୟାନେଜର ଓ କୋଚ ଏବଂ ୨୫ ଜଣ ଅଫିସିଆଲଙ୍କୁ ମିଶାଇ ସର୍ବମୋଟ ୨୫୩ ଜଣ ସାମିଲ ହୋଇଛନ୍ତି। ସେହିପରି ଫେନ୍ସିଂ ପ୍ରତିଯୋଗିତାରେ ୪ଟି ଜିଲ୍ଲାରୁ ୪୨ ଜଣ ବାଳକ,୨୮ ଜଣ ବାଳିକା,୦୮ ଜଣ ମ୍ୟାନେଜର ଓ କୋଚ ଏବଂ ୨୦ ଜଣ ଅଫିସିଆଲଙ୍କୁ ମିଶାଇ ସର୍ବମୋଟ ୯୮ ଜଣ ଯୋଗଦେଇଛନ୍ତି। ଥାଙ୍ଗ-ଟା ପ୍ରତିଯୋଗିତାରେ ୭ଟି ଜିଲ୍ଲାରୁ ୩୪ ଜଣ ବାଳକ,୩୪ ଜଣ ବାଳିକା,୧୫ ଜଣ ମ୍ୟାନେଜର ଓ କୋଚ୍ ଏବଂ ୧୯ ଜଣ ଅଫିସିଆଲଙ୍କୁ ମିଶାଇ ସର୍ବମୋଟ ୧୦୨ ଜଣ ଭାଗ ନେଇଛନ୍ତି।କ୍ରୀଡା ଶିକ୍ଷକ ହେମନ୍ତ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପିଆର ହାଇସ୍କୁଲ ପରିସରରେ ଫେନ୍ସିଂ ଓ ଥାଙ୍ଗ- ଟା,ପି.ଆର ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ବ୍ୟାଡ଼ମିଂଟନ ଓ ଟାଉନ ବାଳକ ହାଇସ୍କୁଲ ପଡିଆ ଓ ମିଶନ ପଡ଼ିଆରେ ବାଳିକା କ୍ରିକେଟ ଖେଳ ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande