ଥାନାକୁ ଗଲେ ନାହିଁ ଅଭିଷେକ ବାନାର୍ଜୀ, ଇମେଲ୍ ପଠାଇ କହିଲେ- ପର୍ଯ୍ୟାପ୍ତ ସମୟ ନଦେଇ ସମନ୍ ପଠାଇବା ଅନୁଚିତ'
କୋଲକାତା, ୧୨ ଅକ୍ଟୋବର (ହି.ସ.) ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀ ସୋମବାର ନିର୍ଦ୍ଧାରିତ ସମୟରେ ଶେକ୍ସପିୟର ସରଣୀ ଥାନାରେ ହାଜର ହୋଇନଥିଲେ। ରବିବାର ପୁଲିସ ତାଙ୍କ କାଳୀଘାଟସ୍ଥିତ ବାସଭବନରେ ପଚରାଉଚରା ପାଇଁ ନୋଟିସ୍ ଦେଇଥିଲା ଏବଂ ସୋମବାର ସକାଳେ ତାଙ୍କୁ ଥାନାରେ ଉପସ୍ଥିତ ହେବାକୁ ନିର
अभिषेक बनर्जी का कार्यालय


କୋଲକାତା, ୧୨ ଅକ୍ଟୋବର (ହି.ସ.) ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀ ସୋମବାର ନିର୍ଦ୍ଧାରିତ ସମୟରେ ଶେକ୍ସପିୟର ସରଣୀ ଥାନାରେ ହାଜର ହୋଇନଥିଲେ। ରବିବାର ପୁଲିସ ତାଙ୍କ କାଳୀଘାଟସ୍ଥିତ ବାସଭବନରେ ପଚରାଉଚରା ପାଇଁ ନୋଟିସ୍ ଦେଇଥିଲା ଏବଂ ସୋମବାର ସକାଳେ ତାଙ୍କୁ ଥାନାରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ, ଥାନାକୁ ଯିବା ପରିବର୍ତେ ସେ ଇମେଲ୍ ମାଧ୍ୟମରେ ପୁଲିସକୁ ଉପସ୍ଥିତ ହେବାରେ ଅସମର୍ଥତା ବିଷୟରେ ଜଣାଇଥିଲେ। ସୂତ୍ର ଅନୁଯାୟୀ, ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ଆଇନଗତ ପ୍ରକ୍ରିୟାରେ ସହଯୋଗ କରିବାକୁ ସର୍ବଦା ପ୍ରସ୍ତୁତ, କିନ୍ତୁ ନୋଟିସ୍ ଦେବା ପରେ ହାଜର ହେବା ପାଇଁ ଅତି କମରେ ୪୮ ଘଂଟା ସମୟ ଦିଆଯିବା ଉଚିତ ଥିଲା।

ସୂତ୍ର ଅନୁଯାୟୀ, ଅଭିଷେକ ତାଙ୍କ ଇମେଲ୍ରେ ଲେଖିଛନ୍ତି ଯେ ଜଣେ ସାଂସଦ ଭାବେ ତାଙ୍କର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ହଠାତ୍ ପରଦିନ ହାଜର ହେବାକୁ ନୋଟିସ୍ ଦେବା ଦ୍ୱାରା ତାଙ୍କ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ଅସମ୍ଭବ ହୋଇପଡ଼ିଲା। ପର୍ଯ୍ୟାପ୍ତ ସମୟ ନଦେଇ ଏଭଳି ଏକପାଖିଆ ସମନ୍ ପଠାଇବା ମନମୁଖୀ ଏବଂ ଅନୁଚିତ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ନୂଆ ସମନ୍ ଜାରି କରି ଅତି କମରେ ୪୮ ଘଂଟା ସମୟ ଦିଆଯାଏ, ତେବେ ସେ ତଦନ୍ତ ଅଧିକାରୀଙ୍କ ସମ୍ମୁଖୀନ ହେବା ଏବଂ ସମସ୍ତ ଆଇନଗତ ପ୍ରଶ୍ନର ଉତର ଦେବାକୁ ଇଚ୍ଛୁକ। ଏଥିସହ ସେ ତଦନ୍ତରେ ସ୍ୱଚ୍ଛତା ଏବଂ ଯୁକ୍ତିଯୁକ୍ତ ବ୍ୟବହାରର ଆବଶ୍ୟକତା ଉପରେ ମଧ୍ୟ ଜୋର ଦେଇଛନ୍ତି।

ଏହା ପୂର୍ବରୁ ଗତ ବୁଧବାର ମଧ୍ୟ ପୁଲିସ ତାଙ୍କ ବାସଭବନରେ ନୋଟିସ୍ ଦେବାକୁ ଯାଇଥିଲା, କିନ୍ତୁ ସେ ଦିଲ୍ଲୀରେ ଥିବା ଏବଂ ଘରେ କେହି ନଥିବାରୁ ଅଧିକାରୀମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଶନିବାର ଦିଲ୍ଲୀରୁ କୋଲକାତା ଫେରିବା ପରେ ରବିବାର ଶେଷରେ ତାଙ୍କ ବାସଭବନରେ ନୋଟିସ୍ ପହଂଚାଯାଇଥିଲା। ସୋମବାର ସେ ହାଜର ନହେବାରୁ ପୁଲିସ ପୁଣି ଥରେ ତାଙ୍କ ଦ୍ୱାରରେ ପହଂଚିଥିଲା।

ଏହି ସମ୍ପୂର୍ଣ୍ଣ ମାମଲାଟି ୨୭ ଅଗଷ୍ଟରେ କ୍ୟାମାକ୍ ଷ୍ଟ୍ରିଟ୍ ସ୍ଥିତ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟର ଛାତରୁ ପୁଲିସ ଏକ ହୋର୍ଡିଂ ହଟାଇବା ଘଟଣା ସହ ଜଡ଼ିତ। ପୁଲିସ ଏବଂ ନଗର ନିଗମର ଦାବି ଥିଲା ଯେ ହୋର୍ଡିଂଟି ବେଆଇନ ଏବଂ ବିପଜ୍ଜନକ ଭାବେ ଲଗାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସ ଓ ନଗର ନିଗମର ଅଧିକାରୀଙ୍କ ସହ ସାଂସଦଙ୍କ ସମର୍ଥକମାନଙ୍କର ହାତାହାତି ଓ ସଂଘର୍ଷ ହୋଇଥିଲା।

ଏହି ଘଟଣାକୁ ନେଇ ରୁଜୁ ହୋଇଥିବା ତିନୋଟି ପୃଥକ୍ ଏଫ୍ଆଇଆର୍ ସମ୍ପର୍କରେ ପୁଲିସ ପୂର୍ବରୁ ମଧ୍ୟ ତାଙ୍କୁ ଡକାଇସାରିଛି, ଏବଂ ସେ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ନିଜର ଉତର ଦେଇସାରିଛନ୍ତି। ରବିବାର ସେହି ମାମଲାରେ ତାଙ୍କୁ ପୁଣି ଥରେ ନୂଆ ନୋଟିସ୍ ପଠାଯାଇଥିଲା।

-------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande