ଦାବି ପୂରଣ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ରଣହୁଙ୍କାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ାରେ ରାଲି ଓ ପ୍ରତିବାଦ ସଭା। ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ
ଦାବି ପୂରଣ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ରଣହୁଙ୍କାର, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ


କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ାରେ ରାଲି ଓ ପ୍ରତିବାଦ ସଭା। ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ପାଇଁ ସ୍ୱର ଉଠାଇଛନ୍ତି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ। ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଆସୁଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ଭାରତୀୟ ମଜଦୁର ସଂଘ ପକ୍ଷରୁ ଆୟୋଜିତ ଏହି ରାଲିରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କର ପ୍ରମୁଖ ଦାବି ମଧ୍ୟରେ ରହିଛି, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ଅବସର ସମୟରେ ଉପଯୁକ୍ତ ଆର୍ôଥକ ସୁବିଧା ସହ ସାମାଜିକ ସୁରକ୍ଷା ଯୋଗାଇଦେବା। ଏଥିସହିତ, ୫୫ ବର୍ଷ ବୟସରେ କରାଯାଉଥିବା ସମୀକ୍ଷାକୁ ବିରୋଧ କରିବା ସହ ଚାକିରିର ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ, ଅଙ୍ଗନୱାଡ଼ି ସହାୟିକାମାନଙ୍କ ଭତା ଅନ୍ୟାୟ ଭାବରେ କାଟିବା ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ସମସ୍ତ ଦାବିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ରାଲି ଓ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ନିଜର ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ। ତେବେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଏହି ଦାବିଗୁଡ଼ିକ ଉପରେ ସରକାର କେବେ ଗୁରୁତ୍ୱ ଦେଉଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ କେବେ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande