ଫୁଲବାଣୀ ଠାରେ କଂଗ୍ରେସ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା
BJP-Mahila-Morcha-protest-KDML
ଫୋଟ ୩


ଫୋଟ ୨


କନ୍ଧମାଳ, ୧୨ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଉର୍ବଶୀ ଦିଗାଲଙ୍କ ନେତୃତ୍ୱରେ ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କଂଗ୍ରେସ ସାଂସଦ ଅଙ୍ଗୋମିଚା ବିମଲ ଏକୋଇଜାମ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅନେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ବେଳେ ଏନେଇ କଂଗ୍ରେସ ଓ଼ ଏହାର ନେତା ରାହୁଲ ଗାନ୍ଧୀ ଚୁପ୍ ବସିଥିବା ଅଭିଯୋଗ କରିଛି ମହିଳା ମୋର୍ଚ୍ଚା l ଆଜି ଏନେଇ ଫୁଲବାଣୀ ଗୋପବନ୍ଧୁ ଛକରୁ ଏକ ରାଲିରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଯାଇ ନାରାବାଜି ସହ ରାହୁଲ ଗାନ୍ଧୀ ଓ଼ ଅଙ୍ଗୋମିଚା ବିମଲଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ନାୟକ, ଜିଲ୍ଲା ଉପ ସଭାନେତ୍ରୀ ଅପର୍ଣା କହଁର, ଜିଲ୍ଲା ଉପ ସଭାନେତ୍ରୀ ରାଜକୁମାରୀ ସାହାଣୀ, ସମ୍ପାଦିକା ନମିତା ପାଢୀ, ବିଜେପି ଉପ ସଭାନେତ୍ରୀ ନମିତା ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ରଚନା ପ୍ରଧାନ, ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ ସହ ଜିଲ୍ଲାର ବହୁ ମଣ୍ଡଳ ସଭାନେତ୍ରୀ ଏବଂ ଶତାଧିକ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସମ୍ପାଦକ ଭଗବାନ ମହାନ୍ତି, ଜିଲ୍ଲା ବିଜେପି ଉପ ସଭାପତି ପରେଶ ମହାପାତ୍ର, ନଗର ସଭାପତି ଜଗନ୍ନାଥ ସାହୁ, ଆଇଟି ସେଲ ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି, ଆଇନଜୀବୀ ପଙ୍କଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande