କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ମାଲକାନଗିରି , ୧୨ ଅକ୍ଟୋବର (ହି.ସ.) - ମହିଳାଙ୍କ ପ୍ରତି କଂଗ୍ରେସ ନେତାଙ୍କ ଆପତିଜନକ ମନ୍ତବ୍ୟ ଓ ମହିଳା ନିର?୍ୟାତନା ପ୍ରସଙ୍ଗକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ ଶତାଧିକ ମହିଳା କାର୍ଯ୍ୟକର
କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ


ମାଲକାନଗିରି , ୧୨ ଅକ୍ଟୋବର (ହି.ସ.) - ମହିଳାଙ୍କ ପ୍ରତି କଂଗ୍ରେସ ନେତାଙ୍କ ଆପତିଜନକ ମନ୍ତବ୍ୟ ଓ ମହିଳା ନିର?୍ୟାତନା ପ୍ରସଙ୍ଗକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ ଶତାଧିକ ମହିଳା କାର୍ଯ୍ୟକର୍ତା ସାମିଲ ହୋଇ ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ। ମହିଳାଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ବିକ୍ଷୋଭକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଥିଲେ ଯେ, କଂଗ୍ରେସ ନେତାମାନଙ୍କ ଏଭଳି ମନ୍ତବ୍ୟ ମହିଳା ସମାଜ ପ୍ରତି ଅସମ୍ମାନ। ଏଥିପାଇଁ କଂଗ୍ରେସ ନେତୃତ୍ୱ ସମଗ୍ର ମହିଳା ସମାଜ ନିକଟରେ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଥିଲେ। ବିକ୍ଷୋଭରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବେଣୀ କାର୍ତୁଲ୍, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ପ୍ରମିଳା ଦାସ, ଲକ୍ଷ୍ମୀପ୍ରିୟା ବାରିକ, ମମତା ମହାନ୍ତି, ସୌଦାମିନୀ ଆଚାର୍ଯ୍ୟଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande