ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ବଡ଼ୋଦରାରେ ରାଜଧାନୀ ରେଳପଥ ଉପରେ ସମସ୍ତ ୧୪ଟି ପୋର୍ଟାଲ୍ ବିମ୍ର ନିର୍ମାଣ ସମ୍ପୂର୍ଣ୍ଣ
ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)- ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧୀନରେ ଗୁଜରାଟର ବଡ଼ୋଦରାରେ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ରେଳପଥ ଉପରେ ସମସ୍ତ ୧୪ଟି ପୋର୍ଟାଲ୍ ବିମ୍ର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଏହି ବ୍ୟସ୍ତବହୁଳ ରେଳପଥ ଉପରେ ୪୦ ମିଟର ଲମ୍ବା କମ୍ପୋଜିଟ୍ ଗର୍ଡର୍
दिल्ली-मुंबई राजधानी रेलमार्ग के ऊपर सभी 14 पोर्टल बीम का निर्माण


ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)- ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧୀନରେ ଗୁଜରାଟର ବଡ଼ୋଦରାରେ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ରେଳପଥ ଉପରେ ସମସ୍ତ ୧୪ଟି ପୋର୍ଟାଲ୍ ବିମ୍ର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଏହି ବ୍ୟସ୍ତବହୁଳ ରେଳପଥ ଉପରେ ୪୦ ମିଟର ଲମ୍ବା କମ୍ପୋଜିଟ୍ ଗର୍ଡର୍ ସ୍ଥାପନ କରିବା ଏବଂ ବୁଲେଟ୍ ଟ୍ରେନ୍ର ଏଲିଭେଟେଡ୍ କରିଡର୍ ନିର୍ମାଣକୁ ଆଗକୁ ବଢ଼ାଇବାର ପଥ ସୁଗମ ହୋଇଛି।

ନ୍ୟାସନାଲ୍ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନ୍ଏଚ୍ଏସ୍ଆର୍ସିଏଲ୍) ଅନୁଯାୟୀ, ବଡ଼ୋଦରାରେ ଏହି ସଫଳତା ବୁଲେଟ୍ ଟ୍ରେନ୍ କରିର୍ଡକୁ ବର୍ତମାନର ରେଳ ନେଟୱର୍କ ସହିତ ଯୋଡ଼ିବା ଦିଗରେ ଗୁରୁତ୍ୱପୂର୍ଣ୍ଣ। ଏହି ଖଣ୍ଡରେ ବୁଲେଟ୍ ଟ୍ରେନ୍ର ମାର୍ଗ ଚାଲୁ ରେଳ ଲାଇନ୍ ଏବଂ ଘନ ଜନବସତିପୂର୍ଣ୍ଣ ସହରାଂଚଳ ଦେଇ ଯାଇଛି, ଯାହାଫଳରେ ନିର୍ମାଣ କାର୍ଯ୍ୟ ବୈଷୟିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ଅଟେ।

ବଡ଼ୋଦରାରେ ବୁଲେଟ୍ ଟ୍ରେନ୍ କରିର୍ଡର ସମ୍ପୃକ୍ତ ଅଂଶ ପ୍ରାୟ ୮.୩ କିଲୋମିଟର ଲମ୍ବା। ଏହି ଖଣ୍ଡରେ ଭାରତୀୟ ରେଳବାଇର ପାଂଚଟି ରେଳ ଲାଇନ୍ ରହିଛି, ଯେଉଁଥିରେ ଦୁଇଟି ମୁଖ୍ୟ ଲାଇନ୍ ସାମିଲ ଅଛି। ବୁଲେଟ୍ ଟ୍ରେନ୍ର ମାର୍ଗ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ମୁଖ୍ୟ ରେଳପଥକୁ ତିର୍ଯ୍ୟକ୍ ଭାବେ ଅତିକ୍ରମ କରୁଛି, ଯେଉଁଥିପାଇଁ ସ୍ୱତନ୍ତ୍ର ସଂରଚନା ନିର୍ମାଣ କରିବାକୁ ପଡ଼ିଛି।

ରାଜଧାନୀ ରେଳପଥ ଉପରେ ନିର୍ମିତ ୧୪ଟି ପୋର୍ଟାଲ୍ ବିମ୍ ମଧ୍ୟରୁ ୧୦ଟି ବଡ଼ୋଦରା ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ଏବଂ ବିଶ୍ୱାମିତ୍ରୀ ରେଳ ଷ୍ଟେସନ୍ ମଧ୍ୟରେ ସୁରତ ଆଡ଼କୁ ଅବସ୍ଥିତ ଥିବାବେଳେ, ଚାରିଟି ବଡ଼ୋଦରା ରେଳ ଷ୍ଟେସନ୍ ଏବଂ ଛାୟାପୁରୀ ରେଳ ଷ୍ଟେସନ୍ ମଧ୍ୟରେ ଅହମ୍ମଦାବାଦ ଆଡ଼କୁ ନିର୍ମାଣ କରାଯାଇଛି।

ଏହି ପୋର୍ଟାଲ୍ ବିମ୍ଗୁଡ଼ିକ ବୁଲେଟ୍ ଟ୍ରେନ୍ର ଏଲିଭେଟେଡ୍ ମାର୍ଗର ଉପରି ଢାଂଚାକୁ ସହାରା ଦେବ। ରାଜଧାନୀ ରେଳପଥ ଉପରେ ଏହି ୧୪ଟି ବିମ୍ରେ ପ୍ରାୟ ୪୦ ମିଟର ଲମ୍ବା କମ୍ପୋଜିଟ୍ ଗର୍ଡର୍ ସ୍ଥାପନ କରାଯିବ। ଅନ୍ୟ ପୋର୍ଟାଲ୍ ବିମ୍ ଥିବା ସ୍ଥାନଗୁଡ଼ିକରେ ଢାଂଚାକୁ ଆଗକୁ ବଢ଼ାଇବା ପାଇଁ ସ୍ପାନ୍-ବାଇ-ସ୍ପାନ୍ (ଏସ୍ୱିଏସ୍) ପ୍ରଯୁକ୍ତି ଆପଣାଯିବ।

ରେଳ ଲାଇନ୍ ଉପରେ ସୀମିତ ସ୍ଥାନ ଏବଂ ଚାଲୁ ରେଳ ପରିଚାଳନାକୁ ଦୃଷ୍ଟିରେ ରଖି ଏହି ପୋର୍ଟାଲ୍ ବିମ୍ଗୁଡ଼ିକର ନିର୍ମାଣ ସେହି ସ୍ଥାନରେ କଂକ୍ରିଟ୍ ଢାଳି କରାଯାଇଛି। ପ୍ରତ୍ୟେକ ବିମ୍ର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଓଜନ ପ୍ରାୟ ୧,୫୦୦ ଟନ୍ ହୋଇଥାଏ। ଏହାର ଉଚ୍ଚତା ଏବଂ ପ୍ରସ୍ଥ ପ୍ରାୟ ଚାରି-ଚାରି ମିଟର ଏବଂ ଲମ୍ବ ପ୍ରାୟ ୩୭ ମିଟର। ପ୍ରତ୍ୟେକ ବିମ୍ର ନିର୍ମାଣରେ ପ୍ରାୟ ୫୯୦ ଘନ ମିଟର କଂକ୍ରିଟ୍ ଏବଂ ପ୍ରାୟ ୫୫ ଟନ୍ ଇସ୍ପାତ ରଡ୍ ବ୍ୟବହାର କରାଯାଇଛି।

ଏହି ଭାରୀ ସଂରଚନାଗୁଡ଼ିକର ନିର୍ମାଣରେ ଉଚ୍ଚ କ୍ଷମତାସମ୍ପନ୍ନ କ୍ରେନ୍, ହାଇଡ୍ରୋଲିକ୍ ଜ୍ୟାକ୍, ଦୀର୍ଘ ପହଂଚ କ୍ଷମତା ଥିବା କଂକ୍ରିଟ୍ ପମ୍ପ ଏବଂ ସଠିକ୍ ସର୍ଭେ ଉପକରଣ ବ୍ୟବହାର କରାଯାଇଛି। ରେଳ ଲାଇନ୍ ଉପରେ କାମ ହେଉଥିବାରୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଯତ୍ନପୂର୍ବକ ଯୋଜନା କରିବା, ଭାରତୀୟ ରେଳବାଇ ସହିତ ସମନ୍ୱୟ ରଖିବା ଏବଂ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଧାରିତ ସମୟ ପାଇଁ ରେଳ ପରିଚାଳନା ବନ୍ଦ କରିବାର ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିଛି।

-------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande