
ଜୟପୁର, ୧୨ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାରା ଓଡ଼ିଶାରେ ୨୧ ସେପ୍ଟେମ୍ବରରୁ ୨୧ ଅକ୍ଟୋବର ‘ସେବା ସଙ୍କଳ୍ପ’ ଅଭିଯାନ ଜାରି ରହିଅଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମା ଅନ୍ତର୍ଗତ ଡେଙ୍ଗପଦର୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ‘ସେବା ସଙ୍କଳ୍ପ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ଦେଇଛନ୍ତି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ଶତପଥୀ। ସୂଚନା ଥାଉକି, ଗତ ୮/୧୦/୨୬ ରିଖ ଗୁରୁବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମା ତରଫରୁ ସେବା ସଙ୍କଳ୍ପ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସ୍ୱଚ୍ଛ ଭାରତ ଅଭିଯାନ ଓ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମ କରାଯାଇଥିଲା। ଓ ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ରକ୍ତଦାନ ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି