ରକ୍ତଚାପ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ବର୍ତ୍ତମାନ କିଶୋର
Qeryuui


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ବର୍ତ୍ତମାନ କିଶୋରଠୁ ବୃଦ୍ଧ ସମସ୍ତେ ବ୍ୟସ୍ତ, ଧୈର୍ଯ୍ଯହରା ଏଣୁ ରକ୍ତଚାପ ବଢୁଛି।ଆମିଷ, ପନିର, ଅଶୁଦ୍ଧ କ୍ଷୀର, ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ, ଚିନ୍ତା, ଆଳସ୍ୟ ଓ କ୍ରୋଧ ଦ୍ଵାରା ଚର୍ବି ବଢି ରକ୍ତଚାପ ହୁଏ l ଏହି ସବୁ କାରଣ ତ୍ୟାଗ କରି ସାତ ଘଣ୍ଟା ଶୋଇବେ, ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ, ଆସନ କରିବେ, ରକ୍ତଚାପରେ ସର୍ପଗନ୍ଧା ମୂଳ, ବ୍ରାହ୍ମୀ, ଅର୍ଜୁନ ଛାଲି କ୍ୱାଥ, ଜୁଆଣି ସେବନ କଲେ ରକ୍ତଚାପ ସହ ଚର୍ବି ମଧ୍ୟ ଭଲ ହୋଇଯାଏ l

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande