
ଚମ୍ପୁଆ, ୧୨ ଅକ୍ଟୋବର (ହି.ସ.) - ଚମ୍ପୁଆ ବ୍ଲକର ବିଭିନ୍ନ ସ୍ଥାନରେ କୃଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଡାଲିଜାତୀୟ ଫସଲରେ ଆତ୍ମ ନିର୍ଭରତା ଅଭିଯାନ ଯୋଜନାରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୨୨ଗୋଟି ଗ୍ରାମପଂଚାୟତର ୪୦ ଗ୍ରାମରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତି ତାଲିମ ଶିବିରରେ ୩୦ ଜଣ ଲେଖାଏଁ କୃଷକଙ୍କୁ କୃଷି ତାଲିମ ପ୍ରଦାନ କରାଯାଉଛି। ଏଥିରେ ଅଭିଜ୍ଞ କୃଷି ଅଧିକାରୀ ଯୋଗଦାନ କରି କୃଷକମାନଙ୍କୁ ଡାଲି ଜାତୀୟ ଅର୍ଥକାରୀ ଫସଲର ଚାଷ ଓ ତାର ଉପକାରିତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି। ଉକ୍ତ ତାଲିମ ଶିବିରଗୁଡିକରେ ଏଡିଓ ଚମ୍ପୁଆ ନନ୍ଦିତା ଜେନା, ସହକାରୀ କୃଷି ଅଧିକାରୀ ବିଶେଶ୍ୱର ହେମ୍ୱ୍ରମ, ବ୍ଲକ କୃଷି ଅଧିକାରୀ ଅବିନାଶ ବେହେରା, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ରମାମଣି ସାହୁ, ଯୋଡା ବ୍ଲକ କୃଷି ଅଧିକାରୀ ସଂଯୁକ୍ତ ମୁଣ୍ଡା, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଯୋଡା ଦେବବ୍ରତ ମିଶ୍ର, ବ୍ଲକ କୃଷି ଅଧିକାରୀ ଝୁମ୍ପୁରା ସୁମନସ୍ମିତା ତରାଇ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଝୁମ୍ପୁରା ରୁଦ୍ରମାଧବ ନାଏକ ଆଦି ଚମ୍ପୁଆ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta