
ସୁବର୍ଣପୁର, ୧୨ ଅକ୍ଟୋବର (ହି.ସ.)- ସୋନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜିଲ୍ଲା ବିଦ୍ୱତ୍ ପରିଷଦର ଆଲୋଚନାଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡଃ. ଅନିରୁଦ୍ଧ କୁରକୁରିଆ ପଞ୍ଚ ପରିବର୍ତ୍ତନ ବିଷୟରେ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର ସଭାପତି ଡଃ. ହରପ୍ରସାଦ ମିଶ୍ର ପଞ୍ଚ ପରିବର୍ତ୍ତନ ଉପରେ ଦିଗଦର୍ଶନ ଦେଇଥିଲେ । ଜିଲ୍ଲା ପ୍ରମୁଖ ବିଭୂତି ଭୁଷଣ ଓତା ଉଦ୍ଦେଶ୍ୟ କଥନ ରଖିଥିବା ବେଳେ କମିଟିର ସଂପାଦକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ସଦସ୍ୟା ଶ୍ରୀମତୀ ପ୍ରଣତି କୁମ୍ଭାର ଉପସ୍ଥିତ ଥିଲେ ।
ସ୍ଥାନୀୟ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ର ଅତିଥି ମାନଙ୍କର ପରିଚୟ ଜ୍ଞାପନ ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ଶିଶୁ ମନ୍ଦିର ଓ ସହରରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଜଣେ ଲେଖାଏଁ ଏବଂ ପ୍ରତି ଶିଶୁ ମନ୍ଦିରରେ ଗଠିତ ହୋଇଥିବା ବିଦ୍ୱତ ପରିଷଦରୁ ଜଣେ ଜଣେ ଆସି ପଞ୍ଚ ପରିବର୍ତ୍ତନ ଉପରେ ପ୍ରତିନିଧିତ୍ୱ କରିଥିଲେ । ମୋଟ ପ୍ରାୟ ୧୦୦ ଜଣ ଉପସ୍ଥିତ ଥିଲେ । ଶେଷରେ ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ