ଗଞ୍ଜାମ ଜିଲ୍ଲାରେ ଶକ୍ତି ପୀଠ ଗୁଡିକରେ ନବ ରାତ୍ରପୂଜା
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ଗତକାଲି ସନ୍ଧ୍ୟାରୁ ବୈଦିକ ଓ ପାରମ୍ପରିକ ରୀତିରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀ ପୀଠରେ ଗତ ମୂଳାଷ୍ଟମୀ ଠାରୁ ଷୋଳପୂଜା ସହ ଗତକାଲି ଠାରୁ ନବରାତ୍ର ପୂଜା ଆରମ୍ଭ
ଗଞ୍ଜାମ ଜିଲ୍ଲା ରେ ଶକ୍ତି


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ଗତକାଲି ସନ୍ଧ୍ୟାରୁ ବୈଦିକ ଓ ପାରମ୍ପରିକ ରୀତିରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀ ପୀଠରେ ଗତ ମୂଳାଷ୍ଟମୀ ଠାରୁ ଷୋଳପୂଜା ସହ ଗତକାଲି ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଏତଦ୍ ଵ୍ଯତିତ ପିତଳ ଫୁଲକେଶନୀ, ବାମଦେବୀ, ଦଣ୍ଡକାଳୀ, ଵ୍ରହ୍ମପୁର ବୁଢୀ ଠାକୁରାଣୀ, କରଞ୍ଜେଇ, ଶ୍ଯାମଳାଇ୍ କରୋଇସୁଣୀ, କାଳୁଆ, ଖମ୍ବେଶ୍ବରୀ ଓ ବାଳକୁମାରୀ ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ଦେବୀ ମାନଙ୍କୁ ଆକର୍ଷିତ ମୂଲ୍ୟଵାନ ସୁନା ରୂପା ଅଳଙ୍କାରରେ ସଜ୍ଜିତ କରାଯାଇଛି। ଦେଵୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସକାଳ ଓ ସନ୍ଧ୍ୟାରେ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ମାନଙ୍କ ଗହଳି ଚହଳି ଲାଗି ରହିଛି। ଆସନ୍ତା ଦଶହରାରେ ପୀଠ ଗୁଡିକରେ ନବରାତ୍ର ପୂଜା ଉଦଯାପିତ ହେଵ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande