ଦେଶର ସୀମାରେ ମୁତୟନ ହୋଇଥିବା ସେନା ଯବାନଙ୍କୁ ଏବେ ସେମାନଙ୍କ ଖାଦ୍ୟରେ ମିଳିବ ଭାରତ ଚାଉଳ
ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ଦୁର୍ଗମ ଅଞ୍ଚଳରେ ସେନାର ଯୋଗାଣ ଡିପୋକୁ ସିଧାସଳଖ ପହଞ୍ଚାଯିବ ‘ଭାରତ ରାଇସ୍’ ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ସୀମାରେ ମୁତୟନ ଯବାନମାନଙ୍କ ପାଇଁ ଭାରତୀୟ ସେନା ‘ଭାରତ ରାଇସ୍’ ଆରମ୍ଭ କରିଛି। ଏହାକୁ ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ଦୁର୍ଗମ ଅଞ୍ଚଳରେ ଥିବା ସେନାର
सैनिकों के लिए 'भारत चावल' लांच करते रक्षा मंत्री राजनाथ सिंह


- ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ଦୁର୍ଗମ ଅଞ୍ଚଳରେ ସେନାର ଯୋଗାଣ ଡିପୋକୁ ସିଧାସଳଖ ପହଞ୍ଚାଯିବ ‘ଭାରତ ରାଇସ୍’

ନୂଆଦିଲ୍ଲୀ, ୧୨ ଅକ୍ଟୋବର (ହି.ସ.)। ସୀମାରେ ମୁତୟନ ଯବାନମାନଙ୍କ ପାଇଁ ଭାରତୀୟ ସେନା ‘ଭାରତ ରାଇସ୍’ ଆରମ୍ଭ କରିଛି। ଏହାକୁ ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ଦୁର୍ଗମ ଅଞ୍ଚଳରେ ଥିବା ସେନାର ଯୋଗାଣ ଡିପୋଗୁଡ଼ିକୁ ସିଧାସଳଖ ପହଞ୍ଚାଯିବ। ଏହି ଉଦ୍ଦେଶ୍ୟରେ ସୋମବାର ନୂଆଦିଲ୍ଲୀରେ ଭାରତୀୟ ସେନା ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଜରୁରୀକାଳୀନ ପରିଚାଳନା ପରିସ୍ଥିତିରେ ଏଫ୍ସିଆଇର ଭିତ୍ତିଭୂମି ବ୍ୟବହାର କରିବାରେ ସହାୟକ ହେବ। ଏଣିକି ଉଚ୍ଚମାନର ଏହି ଚାଉଳକୁ ସ୍ଥାନୀୟ ଏଫ୍ସିଆଇ ଗୋଦାମରୁ ସେନାର ଡିପୋକୁ ନେବାକୁ ପଡ଼ିବ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ନିଜ ଅଭିଭାଷଣରେ ‘ଭାରତ ରାଇସ୍’କୁ ଏକ ବିଶ୍ୱାସର ସମ୍ପର୍କ ଭାବେ ବର୍ଣ୍ଣନା କରିଥିଲେ, ଯାହା ଚାଷୀଙ୍କ କ୍ଷେତରୁ ଆରମ୍ଭ ହୋଇ ଯବାନଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚିଥାଏ। ସେ କହିଥିଲେ ଯେ ଏହି ପଦକ୍ଷେପ ‘ଜୟ ଯବାନ, ଜୟ କିଷାନ’ର ଭାବନାକୁ ସାକାର କରୁଛି, କାରଣ ଚାଷୀଙ୍କ ପରିଶ୍ରମ ଯବାନଙ୍କ ଶକ୍ତିରେ ପରିଣତ ହେଉଛି। ସେ ଆହୁରି କହିଥିଲେ ଯେ ଏହି ପଦକ୍ଷେପ ଛୋଟ ମନେ ହେଉଥିଲେ ମଧ୍ୟ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ରାସନ ପହଞ୍ଚାଉଥିବା ଯବାନମାନଙ୍କୁ ଏହା ବହୁତ ଆଶ୍ୱସ୍ତି ଦେବ।

ଯବାନମାନଙ୍କ କାର୍ଯ୍ୟକ୍ଷମତା ଓ ଯୁଦ୍ଧ ପାଇଁ ପ୍ରସ୍ତୁତି କେବଳ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରେ ନାହିଁ। ଏହା ସେମାନଙ୍କ ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ମନୋବଳ ଓ ସହନଶୀଳତା ଉପରେ ମଧ୍ୟ ନିର୍ଭର କରେ। ବିଶେଷକରି ଯେତେବେଳେ ସେମାନେ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଦେଶସେବା କରୁଥାନ୍ତି, ସେତେବେଳେ ଏହି ଦିଗଗୁଡ଼ିକର ଗୁରୁତ୍ୱ ଅଧିକ ବଢ଼ିଯାଏ।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଆଧୁନିକ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର, ଉପକରଣ ଓ ପ୍ରଯୁକ୍ତିବିଦ୍ୟା ହିଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉପାଦାନ ନୁହେଁ; ରସଦ ବ୍ୟବସ୍ଥା ମଧ୍ୟ ଯୁଦ୍ଧଶକ୍ତିର ଏକ ମୁଖ୍ୟ ଆଧାର। ଆଜିର ଯୁଦ୍ଧ କେବଳ ରଣକ୍ଷେତ୍ରରେ ଜିତାଯାଏ ନାହିଁ। ଯୋଗାଣ ଶୃଙ୍ଖଳର ଦୃଢ଼ତା, ସଂରକ୍ଷଣ କ୍ଷମତା, ପରିବହନ ନେଟୱର୍କ, ଗୋଦାମ ଭିତ୍ତିଭୂମି ଏବଂ ଠିକ୍ ସମୟରେ ଯୋଗାଣ କରିବାର କ୍ଷମତା ମଧ୍ୟ ସମାନ ଭାବେ ଗୁରୁତ୍ୱ ବହନ କରେ।

ରାଜନାଥ ସିଂହ କହିଥିଲେ ଯେ ‘ଅପରେସନ୍ ସିନ୍ଦୂର’ର ରଣନୈତିକ ବିଶ୍ଳେଷଣରୁ ସ୍ପଷ୍ଟ ହେଉଛି ଯେ ଭବିଷ୍ୟତରେ ସଂଘର୍ଷ ସମୟରେ ଚେତାବନୀ ମିଳିବାର ସମୟ ବହୁତ କମ୍ ହୋଇପାରେ। ଏଭଳି ପରିସ୍ଥିତି ଏବଂ ଯୁଦ୍ଧରେ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ବ୍ୟବହାର ଆମର ପ୍ରସ୍ତୁତିର କଠିନ ପରୀକ୍ଷା ନେଇପାରେ।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଏଫ୍ସିଆଇ ସହ ହୋଇଥିବା ଏହି ବୁଝାମଣାପତ୍ର ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଫ୍ସିଆଇ ପାଖରେ ଦେଶବ୍ୟାପୀ, ବିଶେଷକରି ପରିଚାଳନା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଗୋଦାମ, ସଂରକ୍ଷଣ ଭିତ୍ତିଭୂମି, ଆଧୁନିକ ସାଇଲୋ, ସାମଗ୍ରୀ ପରିଚାଳନା ଉପକରଣ ଏବଂ ପ୍ରଶିକ୍ଷିତ କର୍ମଚାରୀ ରହିଛନ୍ତି।

ସେ କହିଥିଲେ ଯେ ଯେପରି ଆଜିକାଲି ଯୁଦ୍ଧବିମାନଗୁଡ଼ିକ ଏକ୍ସପ୍ରେସ୍ୱେରେ ଅବତରଣ କରୁଛନ୍ତି ଏବଂ ସୀମା ସଡ଼କ ସଂଗଠନ ନିର୍ମାଣ କରିଥିବା ରାସ୍ତା ଓ ସେତୁଗୁଡ଼ିକୁ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବ୍ୟବହାର କରୁଛନ୍ତି, ସେହିପରି ଏଣିକି ଏଫ୍ସିଆଇର ଗୋଦାମଗୁଡ଼ିକ କେବଳ ଖାଦ୍ୟଶସ୍ୟ ସଂରକ୍ଷଣରେ ସୀମିତ ରହିବ ନାହିଁ। ଏହା ଭାରତୀୟ ସେନାର ଯୋଗାଣ ଶୃଙ୍ଖଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ।

ଏହି ଅବସରରେ ସେନାମୁଖ୍ୟ ଜେନେରାଲ ଧୀରଜ ସେଠ୍, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ, ଏଫ୍ସିଆଇ, ଜାତୀୟ କୃଷି ସମବାୟ ବିପଣନ ସଂଘ ଲିମିଟେଡ୍ (ନାଫେଡ୍) ଏବଂ ସମବାୟ କ୍ଷେତ୍ରର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande