ବୋଲଗଡ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଖୋର୍ଦ୍ଧା, ୧୨ ଅକ୍ଟୋବର (ହି.ସ.) - ବୋଲଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଷୋତମ୍ ଦାସଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରର ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସ
Abhiyog


ଖୋର୍ଦ୍ଧା, ୧୨ ଅକ୍ଟୋବର (ହି.ସ.) - ବୋଲଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଷୋତମ୍ ଦାସଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରର ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ୱସ୍ତିକ ସାହୁ,ବି ଡି ଓ , ସୁଶ୍ରୀ ସୁମନ ସୁଦ୍ଧା କୁଣ୍ଡୁ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀମତୀ ସ୍ୱିଟି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଖୋରଧା, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ,ଆସିଷ୍ଟାଂଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ୱରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୬୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୫୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୬ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା । ଅଭିଯୋଗ ଶିବିରରେ ୦୭ ଗୋଟି ଅଭିଯୋଗର ଜିଲ୍ଲାପାଳ ତତ୍କାଳ ସମାଧାନ କରିଥିଲେ । ଭେଷଜ ଚିକିତ୍ସା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଲକ୍ଷ୍ମୀ ଦେଇ, ଗ୍ରାମ ଗର୍ଭଣି ପଡ଼ା, ବୋଲଗଡଙ୍କୁ ୧୫ ହଜାର ଟଙ୍କା, ହିରାମଣୀ ବେହେରା, ଗ୍ରାମ: ମର୍ଧବାଡ଼ି, ବୋଲାଗଡଙ୍କୁ ୨୫ ହଜାର ଟଙ୍କା ଏବଂ ସେକ ଜାଫର , ଗ୍ରାମ :କୁସପଲ୍ଲା, ବୋଲଗଡଙ୍କୁ ୧୫ ହଜାର ଟଙ୍କା ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ରମେଶ କୁମାର ସ୍ୱାଇଁ, ବୋଲଗଡଙ୍କୁ ୩୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଶ୍ରୀୟା ଶାଶ୍ୱତୀଙ୍କ ସମେତ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ସଦସ୍ୟା/ସଦସ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ତଥା ଅତ୍ୟାବଶ୍ୟକ ସେବା ବିଭାଗର ବରିଷ୍ଠ ଅଧିକାରୀ ବୃନ୍ଦ,ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ,ଲାଇନ୍ ଡିପାର୍ଟମେଂଟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande