କନ୍ଧମାଳ ଜିଲ୍ଲା ଅଙ୍ଗନବାଡ଼ି କର୍ମଚାରୀ ସଂଘ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
Kandhmal District Anganwadi workers Demonstrated
ଫୋଟ ୨


ଫୋଟ


କନ୍ଧମାଳ, ୧୨ ଅକ୍ଟୋବର(ହି.ସ.) – ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସସୋସିଏସନ କନ୍ଧମାଳ ଶାଖା ପକ୍ଷରୁ କର୍ମଚାରୀମାନଙ୍କର ଦୀର୍ଘଦିନର ସମସ୍ୟା ଗୁଡ଼ିକ ସରକାରଙ୍କ ଦୃଷ୍ଟିଗୋଚର କରିବା ଓ ଏହାର ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ କନ୍ଧମାଳରେ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ କେବଳ ମଜୁରୀ କିମ୍ବା ସେବା ସର୍ତାବଳୀ ମଧ୍ୟରେ ସୀମିତ ନୁହେଁ। ଏଗୁଡ଼ିକ ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା, ଉଚିତ ପାରିଶ୍ରମିକ, ନିରାପଦ କାର୍ଯ୍ୟ ପରିବେଶ, କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ôଥକ ସୁରକ୍ଷା ସହିତ ଜଡ଼ିତ। ଦୀର୍ଘ ଦିନର ଦାବୀ ମଧ୍ୟରେ ପଂଚାବନ ବର୍ଷରେ ଚାକିରୀର ସମୀକ୍ଷା ଓ ଛଟେଇ ନୀତି ବନ୍ଦ, ଅଙ୍ଗନବାଡ଼ି ବିଭାଗ ଆରମ୍ଭରୁ ଏଭଳି ନୀତି ନାହିଁ ବା କୌଣସି ବିଭାଗରେ ଲାଗୁ ହେଉ ନାହିଁ। ଆମମାନଙ୍କୁ ସିଧା ସଳଖ ୬୦ ବର୍ଷ ପରିବର୍ତେ ୬୨ ବର୍ଷ ପର୍ଯ୍ୟନ୍ତ ଚାକିରୀ ନିୟମ ଲାଗୁ କରାଯାଉ। ଷାଠିଏ ବର୍ଷରୁ ୬୨ ବର୍ଷ ବୃଦ୍ଧି କ୍ଷେତ୍ରରେ କର୍ମୀମାନଙ୍କୁ ହଇରାଣ କରାଯାଉଛି। ଅଙ୍ଗନୱାଡି ଓ ସହାୟିକାମାନଙ୍କୁ କର୍ମଚାରୀ ମାନ୍ୟତା, ସମ୍ମାନ ଜନକ ବେତନ ପ୍ରଦାନ, ଅବସର କାଳୀନ ଗ୍ରାଚ୍ୟୁଇଟି ଦଶ ଲକ୍ଷ, କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ସହାୟତା ଓ ପରିବାରର ଜଣକୁ ନିଯୁକ୍ତି ଏବଂ ଯୋଗ୍ୟତା ଭିତିରେ ପ୍ରମୋସନ ଦାବୀ କରାଯାଇଛି। ଦୁଇବର୍ଷ ତଳେ ଗତ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତି ମୁତାବକ ୨୦୨୪ ମସିହାରୁ ଅଙ୍ଗନୱାଡ଼ି ଓ ସହାୟିକାଙ୍କ ମାନଦେୟ ବୃଦ୍ଧି କରିବା ଦାବୀପତ୍ରରେ ଉଲେଖ ରହିଛି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସମସ୍ତ କର୍ମଚାରୀଙ୍କ ଭଳି ସମାନ କାମ ପାଇଁ ସମାନ ଦରମା' ଲାଗୁ କରାଯାଉ। ସରକାରୀ ମାନ୍ୟତା ନହେବା ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ଟ.୩୦, ୦୦୦/- ଓ ସହାୟିକାଙ୍କର ୧୮,୦୦୦କୁ ବୃଦ୍ଧି କରାଯାଉ। ଆୟୁଷ୍ମାନ ଭାରତ ଯୋଜନା' ସହିତ ସଂଯୋଗ କରାଯିବା ଆଦି ସହିତ ଏହି ଶୋଭାଯାତ୍ରାରେ ଭାରତୀୟ ମଜଦୁର ସଂଘର ସଭାପତି ଅଶୋକ ପରିଡା, ଗୋପାଳ ବେହେରା, କାହ୍ନୁ ବେହେରାଙ୍କ ସହ ଅଙ୍ଗନବାଡ଼ି ଜିଲା ସଭାପତି ଶର୍ମିଷ୍ଠା ନାୟକ ଓ ବିଭିନ୍ନ ବ୍ଳକର ସଞ୍ଜୁକ୍ତା ଜେନା ରୀତାରାଣୀ ପ୍ରଧାନ ରଶ୍ମୀ ନାୟକ, ଆରତୀ ବେହେରା, ମୀରା ସାହୁ, ମାଳାସିନା ନାୟକ, ଜ୍ୟୋସ୍ନାରାଣୀ ପ୍ରଧାନ, କୁମୁଦିନୀ କହଁର, ନମିତା ବେହେରା, ଦିବ୍ୟ ଦିଗାଲ, ପ୍ରଭାସିନୀ ସାହୁ, ସୁଜାତା ଦାସ, ସରସ୍ୱତୀ ସାହୁ, ଶ୍ୟାମା ନାୟକ, ସୁନନ୍ଦା ବେହେରା କୁନି ସାହୁ, ସନ୍ତୋଷୀ ମଲିକ ଗୀତାଞ୍ଜଳି ପାଳଙ୍କ ସହ ଚାରି ହଜାରରୁ ଅଧିକ କର୍ମୀ ଓ ସହାୟିକା ଏହି ଆନ୍ଦୋଳନରେ ଭାଗ ନେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande