କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଭୁବନ , ୧୨ ଅକ୍ଟୋବର (ହି.ସ.) - ଭୁବନ ଭିତରଦିଗ ପାଟଣା ଉ ପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦାସଙ୍କ ସଭାପତିତ୍ୱ ଓ ପରିଚାଳନା କମିଟି ସଭାପତି ଅନାମ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି
ସୁରଭି କାର୍ଯ୍ୟକ୍ରମ


ଭୁବନ , ୧୨ ଅକ୍ଟୋବର (ହି.ସ.) - ଭୁବନ ଭିତରଦିଗ ପାଟଣା ଉ ପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦାସଙ୍କ ସଭାପତିତ୍ୱ ଓ ପରିଚାଳନା କମିଟି ସଭାପତି ଅନାମ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ଆନନ୍ଦ କୁମାର ମେହେଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବଡ଼ହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରୋତମ ମିଶ୍ର ,ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ମଲିକ, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ବିଶ୍ୱଜିତ୍ ସାହୁ,ବାଜି ରାଉତ କଲେଜ ଅଧ୍ୟାପିକା ଇନ୍ଦୁମତୀ ସାହୁ,ପୂର୍ବତନ କାଉନସିଲର ମାୟାଧର ଗୁରୁ ଅତିଥି ଭାବେ ଯୋଗଦେଇଥିଲେ । କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ୩୦୦ ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ,ସଙ୍ଗୀତ,ବକ୍ତୃତା, ସାଧାରଣ ଜ୍ଞାନ,ରଚନା ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ସ୍ତରକୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର, ଅସିତ ଦାସରଶ୍ମି ପ୍ରଧାନ,କବିତା ପୃଷ୍ଟି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande