ପୂଜା ପାଇଁ ଗ୍ରାଉଣ୍ଡ ଭଡ଼ା ସମ୍ପୂର୍ଣ୍ଣ ଛାଡ଼ : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକାମ୍ର ବିଧାୟକ ବାବୁ ସିଂ
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପାର୍ବଣ ଋତୁରେ ଭୁବନେଶ୍ୱରବାସୀ ଓ ପୂଜା କମିଟିଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ସ୍ୱାଗତଯୋଗ୍ୟ ନିଷ୍ପତି ଗ୍ରହଣ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଧିନ ଅଂଚଳରେ ଆସନ୍ତା ଅକ୍ଟୋବର ୧୭ ରୁ ନଭେମ୍ବର ୧୮ପର୍ଯ୍ୟନ୍ତ ସର୍ବସାଧାରଣରେ ପୂଜାତ୍
babu


ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପାର୍ବଣ ଋତୁରେ ଭୁବନେଶ୍ୱରବାସୀ ଓ ପୂଜା କମିଟିଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ସ୍ୱାଗତଯୋଗ୍ୟ ନିଷ୍ପତି ଗ୍ରହଣ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଧିନ ଅଂଚଳରେ ଆସନ୍ତା ଅକ୍ଟୋବର ୧୭ ରୁ ନଭେମ୍ବର ୧୮ପର୍ଯ୍ୟନ୍ତ ସର୍ବସାଧାରଣରେ ପୂଜାତ୍ସୋବ ଆୟୋଜନ କରୁଥିବା ପୂଜା କମିଟିଗୁଡ଼ିକ ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼ କରାଯିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ବିଭିନ୍ନ ପୂଜା ମଣ୍ଡପ ଓ କମିଟିଗୁଡ଼ିକୁ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ “ଗ୍ରାଉଣ୍ଡ ଭଡ଼ା” ଦେବାକୁ ପଡ଼ୁଥିଲା । ଏହି ଭଡ଼ା ସମ୍ପୂର୍ଣ୍ଣ ଛାଡ଼ ହେବା ଫଳରେ ପୂଜା କମିଟିଗୁଡ଼ିକ ଉପରୁ ବିପୁଳ ଆôର୍ଥକ ବୋଝ ହ୍ରାସ ପାଇଛି, ଯାହାଫଳରେ ସେମାନେ ଆହୁରି ଉତ୍ସାହର ସହ ପାର୍ବଣ ଆୟୋଜନ କରିପାରିବେ। ରାଜ୍ୟ ସରକାରଙ୍କ ଏହି ସାଂସ୍କୃତିକ ଓ ପାରମ୍ପରିକ ଅନୁକୂଳ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ତରଫରୁ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

ଏଥି ସହ ସମସ୍ତ ପୂଜା ଆୟୋଜକମାନେ ଉତ୍ସବକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ, ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ବଦାନ୍ୟତା ସମଗ୍ର ରାଜଧାନୀରେ ପାର୍ବଣର ଆନନ୍ଦକୁ ଦ୍ୱିଗୁଣିତ କରିବ ବୋଲି ଶ୍ରୀ ସିଂ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande