ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଉତ୍ସବ
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲାର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଉତ୍ସବ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ପିତଳ ପୂର୍ବଖଣ୍ଡ ବୁଢୀ ଠାକୁରାଣୀ ମା ଫୁଲକେଶନୀଙ୍କ ପୀଠରେ ଗତକାଲି ସନ୍ଧ୍ୟାରୁ ନବରାତ୍ର ପୂଜା ଉତ୍ସବ ଓ ସୁନାବେଶ ଆରମ୍ଭ ହୋଇଛି । ସେହିପରି ଧରାକୋଟର ପିତଳରେ ପୂଜ
ଧରାକୋଟର ପିତଳରେ ପୂଜା ପାଉଥିବା ମା ବାମଦେବୀ ଠାକୁରାଣୀ


ପିତଳ ପୂର୍ବଖଣ୍ଡ ବୁଢୀ ଠାକୁରାଣୀ ମା ଫୁଲକେଶନୀ


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲାର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଉତ୍ସବ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ପିତଳ ପୂର୍ବଖଣ୍ଡ ବୁଢୀ ଠାକୁରାଣୀ ମା ଫୁଲକେଶନୀଙ୍କ ପୀଠରେ ଗତକାଲି ସନ୍ଧ୍ୟାରୁ ନବରାତ୍ର ପୂଜା ଉତ୍ସବ ଓ ସୁନାବେଶ ଆରମ୍ଭ ହୋଇଛି ।

ସେହିପରି ଧରାକୋଟର ପିତଳରେ ପୂଜା ପାଉଥିବା ମା ବାମଦେବୀ ଠାକୁରାଣୀ ଏବଂ ପୁରୁଷୋତମପୁର ନିକଟସ୍ଥ କୁମାରୀ ପାହାଡ଼ ଉପରେ ପୂଜା ପାଉଥିବା ମା’ ତାରାତାରିଣୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହା ବ୍ୟତୀତ ଆସିକା ସ୍ଥିତ ମା’ ଖମ୍ବେଶ୍ୱରୀ, ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ, ହିଞ୍ଜିଳି ନିକଟସ୍ଥ ମା’ ଶ୍ୟାମଳାଇ, ଚିକିଟି ନିକଟସ୍ଥ ମା’ ମହୁରୀ କାଳୁଆ, ଭଞ୍ଜନଗର ନିକଟସ୍ଥ କୁଲାଡ଼ ଠାରେ ପୂଜା ପାଉଥିବା ମା’ ବ୍ୟାଘ୍ରଦେବୀ, ପୋଲସରା ନିକଟସ୍ଥ ମା’ ସିଂହାସନୀ, ଗୋଳନ୍ଥରା ନିକଟସ୍ଥ ମା’ ଭୈରବୀ, ଖଲ୍ଲିକୋଟ ନିକଟସ୍ଥ ମା ନାରାୟଣୀ ଏବଂ ଚିକିଟି ନିକଟସ୍ଥ ମା ବାଳକୁମାରୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ସକାଳେ ଓ ସନ୍ଧ୍ୟାରେ ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଆସନ୍ତା ଦଶହରାରେ ପୀଠ ଗୁଡିକରେ ନବରାତ୍ର ପୂଜା ଉଦଯାପିତ ହେଵ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande