ନବ ଦିନାତ୍ମକ ପୂଜାର ଦ୍ଵିତୀୟ ଦିନରେ ମା' ସମଲେଇଙ୍କ ବ୍ରହ୍ମଚାରିଣୀ ବେଶ
ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ମା'' ଦୂର୍ଗାଙ୍କ ଚାଲିଛି ନବ ଦିନାତ୍ମକ ପୂଜା । ଏହି ଅବସରରେ ବଲାଙ୍ଗୀର ସହରରେ ଅବସ୍ଥିତ ମା'' ସମଲେଇଙ୍କ ପୀଠରେ ନବ ଦିନାତ୍ମକ ପୂଜା ଜାରି ରହିଛି । ଯେଉଁଥିରେ ଦ୍ଵିତୀୟ ଦିନରେ ଆଜି ମା'' ସମଲେଇ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରୁଦ୍ର
ନବ ଦିନାତ୍ମକ ପୂଜାଦ୍ଵିତୀୟ ଦିନରେ ଆଜି ମା' ସମଲେଇ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ମା' ଦୂର୍ଗାଙ୍କ ଚାଲିଛି ନବ ଦିନାତ୍ମକ ପୂଜା । ଏହି ଅବସରରେ ବଲାଙ୍ଗୀର ସହରରେ ଅବସ୍ଥିତ ମା' ସମଲେଇଙ୍କ ପୀଠରେ ନବ ଦିନାତ୍ମକ ପୂଜା ଜାରି ରହିଛି । ଯେଉଁଥିରେ ଦ୍ଵିତୀୟ ଦିନରେ ଆଜି ମା' ସମଲେଇ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରୁଦ୍ରାକ୍ଷ ମାଳା ଓ ଶ୍ୱେତ ବେଶରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସେହିପରି ମା'ଙ୍କ ପାଖରେ ମାନସିକ କରି ଅଖଣ୍ଡ ଦୀପ ଜାଳିଛନ୍ତି ଭକ୍ତ । 'ବ୍ରହ୍ମ' ଅର୍ଥ ତପସ୍ୟା ଏବଂ 'ଚାରିଣୀ' ଅର୍ଥ ଆଚରଣ କରୁଥିବା; ଅର୍ଥାତ୍ ତପର ଆଚରଣ କରୁଥିବା ଦେବୀ। ସ୍ୱରୂପ: ମା'ଙ୍କର ଏହି ରୂପ ଅତ୍ୟନ୍ତ ତେଜସ୍ୱୀ ଓ ଶାନ୍ତ ଅଟେ। ତାଙ୍କର ଗୋଟିଏ ହାତରେ ଜପାମାଳା ଏବଂ ଅନ୍ୟ ହାତରେ କମଣ୍ଡଳୁ ରହିଛି। ଭଗବାନ ଶିବଙ୍କୁ ପତିରୂପେ ପାଇବା ପାଇଁ ମା' ହଜାର ହଜାର ବର୍ଷ କଠୋର ତପସ୍ୟା କରିଥିଲେ, ଯେଉଁଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଯାଏ। ମା'ଙ୍କ ଉପାସନା କଲେ ଜୀବନର କଠିନରୁ କଠିନ ସଂଘର୍ଷ ସରଳ ହୋଇଯାଏ ଏବଂ ବ୍ୟକ୍ତି ଭିତରେ ତ୍ୟାଗ, ସଂଯମ, ଓ ଦୃଢ଼ ସଂକଳ୍ପ ଶକ୍ତି ବୃଦ୍ଧି ପାଏ।

ବଲାଙ୍ଗୀର ସହର ମଧ୍ୟରେ ୨୧ଟି ଦୁର୍ଗା ମଣ୍ଡପ ମଧ୍ୟରୁ ରୁଗୁଡ଼ିପଡ଼ା, ଶାନ୍ତି ପଡ଼ା, ପେଲେସ ଲାଇନ୍, ଗାନ୍ଧୀନଗର ପଡ଼ା, ଟିକରାପଡ଼ା, ପି. ପି. ଏକାଡେମୀ ଛକ ଦୁର୍ଗା ମନ୍ଦିରରେ ମା' ଦୂର୍ଗାଙ୍କ ନବ ଦିନାତ୍ମକ ପୂଜା ଚାଲିଛି । ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande