
କାଠମାଣ୍ଡୁ, ୧୨ ଅକ୍ଟୋବର (ହି.ସ.)- ନେପାଳର ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ ଭାରତ ଗସ୍ତରେ ଯାଇଛନ୍ତି । କିଛି ସମୟ ପୂର୍ବରୁ ସେ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚି ଥିଲେ ।
ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର୍ ମଲ୍ଟି-ସେକ୍ଟରାଲ୍ ଟେକ୍ନିକାଲ୍ ଆଣ୍ଡ ଇକୋନୋମିକ କୋଅପରେସନ୍ (ବିମ୍ଷ୍ଟେକ୍) ବୈଠକରେ ଯୋଗଦେବାକୁ ଗୃହମନ୍ତ୍ରୀ ଗୁରୁଙ୍ଗ ଭାରତ ଗସ୍ତରେ ଆସିଛନ୍ତି । ଭାରତୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମରେ ଏହି ବୈଠକରେ ନେପାଳର ଗୃହମନ୍ତ୍ରୀ ଗୁରୁଙ୍ଗ, ଭାରତର ଅମିତ ଶାହା, ବାଂଲାଦେଶର ସଲାହୁଦ୍ଦିନ୍ ଅହମ୍ମଦ, ଭୁଟାନର ଲୁଙ୍ଗଟେନ ଦୋର୍ଜୀ, ମିଆଁମାରର ଲେଫ୍ଟନାଂଟ ଜେନେରାଲ ନ୍ୟୁଂଟ ୱିନ ସ୍ୱେ, ଶ୍ରୀଲଙ୍କାର ଭିଜିଥା ହେରାଥ ଏବଂ ଥାଇଲାଣ୍ଡର ଅନୁଟିନ୍ ଚାନୱିରାକୁଲ ଯୋଗଦେବେ ।
ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ମନ୍ତ୍ରୀ ସୁଦାନ ଗୁରୁଙ୍ଗ ମଧ୍ୟ ତାଙ୍କ ଭାରତୀୟ ପ୍ରତିପକ୍ଷ ଅମିତ ଶାହାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଗୃହମନ୍ତ୍ରୀ ଗୁରୁଙ୍ଗ ଅକ୍ଟୋବର ୧୪ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ