



ବଲାଙ୍ଗୀର, ୧୨ ଅକ୍ଟୋବର(ହି.ସ.) – ଆଜି ସ୍ଥାନୀୟ ଇସ୍କନ ମନ୍ଦିର ଠାରେ ଏକ ଆଧ୍ୟାତ୍ମିକ ପରିବେଶରେ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି ଓ ଶ୍ରୀକୃଷ୍ଣ ପ୍ରେମୀମାନେ ଏକାଠି ହୋଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଭେଟ ପାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ଡା: ଦତେଶ୍ୱର୍ ହୋତାଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କ ଉଲ୍ଲେଖନୟ ଅବଦାନ ପାଇଁ ସୋସାଇଟୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରତ୍ୟୁତରରେ ନୂଆଁଖାଇ ଏକ ମହାନ ସଂସ୍କୃତି ଓ ପରମ୍ପରାର ସମ୍ପର୍କ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀରେ ଦେଖିବାକୁ ମିଳିଥାଏ ଓ ମାନବ ସେବା ମୁଖ୍ୟ ଧର୍ମ ବୋଲି ଡ: ହୋତା ବକ୍ତବ୍ୟ ପ୍ରଦାନ କରିଥଲେ। ସୋସାଇଟୀର ଆବାହକ ଇ: ବେଲାରସିଂ ଭୋଇଙ୍କ ସଭାପତିତ୍ୱ ରେ ଇସ୍କନର ମହାପ୍ରବନ୍ଧକ ଦିନନାଥ ସଚିପୁତ୍ର ଦାସଙ୍କ ବାକ୍ତବ୍ୟରେ ନୂଆଁଖାଇ ପରମ୍ପରାର ବୈଶିଷ୍ଟ୍ୟତା ଭଗବତ୍ ଗୀତା ରେ ମଧ୍ୟ ଉଲ୍ଲେଖ ଅଛି ବୋଲି ସୂଚାଇଥିଲେ। ସୋସାଇଟୀ ର ସଂଯୋଜକ ଶିକ୍ଷାବିତ୍ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ ନୂଆଁଖାଇ ଭେଟ ରେ ସୋସାଇଟୀ ର ସଭ୍ୟ ଙ୍କ ସମେତ ବହୁ ଶ୍ରୀକୃଷ୍ଣ ପ୍ରେମୀ ଯୋଗଦେଇଥିଲେ। ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ମହାମିଳନରେ ନୂଆଁଖାଇର ଶୁଭେଚ୍ଛା ବିନିମୟ ସହ ସାମାଜିକ ଏକତା, ସଦ୍ଭାବ ଓ ଭାଇଚାରାର ଭାବନା ପ୍ରତିଫଳିତ ହୋଇଥିଲା। ଏଥିରେ ଧର୍ମବ୍ରତ ରଥ, ସ୍ୱରୂପାରାଣୀ ଠାକୁର, ଦିବାକର ହୋତା, ରବିନାରାୟଣ ସାହୁ, ପ୍ରସନ୍ନ ମିଶ୍ର, ମନୋରଞ୍ଜନ ପୁରୋହିତ, ଦୁର୍ବାଦଳ ମହାକୁର, ଜ୍ଞାନରଞ୍ଜନ ପଟ୍ଟନାୟକ, ନରେନ୍ଦ୍ର ନାଥ ମିଶ୍ର, ସୁବୋଧ ନାଗ, ସୁବାସ ଶତପଥୀ, ମହେନ୍ଦ୍ର କୁମାର ଦର୍ଜୀ, ରଘୁନନ୍ଦନ ସିଂହ , ଡାକ୍ତର ଅଶୋକ ସେଠୀ, ଅରୁଣ କୁମାର ନାଥ, ଦିନେଶ ଦାଶ, ବିଶ୍ୱନାଥ ତ୍ରିପାଠୀ, ମନୋଜ ଜୈନ, ପବନ ସୋନି ଓ ଇ: ଲଲିନ୍ଦ୍ର ବେହେରା ସହ ଇସ୍କନ୍ ର ଉମାକାନ୍ତ ସାହୁ, ଦୁଲାଲ ନାଥ, ନରହରି, ସୌମ୍ୟ, ଉତମ, ଶୁକଦେବ, ରାଘବ, ରାଜୀବ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ସିଭିଲ ସୋସାଇଟିର ବରିଷ୍ଠ ସଭ୍ୟ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନୂଆଁଖାଇର ମହକ ସହ ଶ୍ରୀକୃଷ୍ଣଙ୍କ ଭକ୍ତିଭାବର ଏହି ମିଳନ ସମାଜରେ ଆଧ୍ୟାତ୍ମିକ ଚେତନା, ଆତ୍ମୀୟତା ଓ ସାମାଜିକ ସଦ୍ଭାବକୁ ଆହୁରି ସୁଦୃଢ଼ କରିବାର ଏକ ସୁନ୍ଦର ବାର୍ତା ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ