ନବରାତ୍ରୀର ଦ୍ଵିତୀୟ ଦିବସରେ ମା ଦୁର୍ଗାଙ୍କ ବ୍ରହ୍ମଚାରିଣୀ ବେଶ
ଭୁବନେଶ୍ଵର, ୧୨ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସମ୍ପ୍ରତି ନବରାତ୍ରୀ ପୂଜା ଚାଲିଛି । ନବରାତ୍ରୀର ଆଜି ଦ୍ୱିତୀୟ ଦିବସ ତଥା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଉଛି । ମଙ୍ଗଳ ଗ୍ରହ ମା’ ବ୍ରହ୍ମଚାରିଣୀଙ
ନବରାତ୍ରୀର ଦ୍ଵିତୀୟ ଦିବସରେ ମା ଦୁର୍ଗାଙ୍କ ବ୍ରହ୍ମଚାରିଣୀ ବେଶ


ଭୁବନେଶ୍ଵର, ୧୨ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସମ୍ପ୍ରତି ନବରାତ୍ରୀ ପୂଜା ଚାଲିଛି । ନବରାତ୍ରୀର ଆଜି ଦ୍ୱିତୀୟ ଦିବସ ତଥା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଉଛି । ମଙ୍ଗଳ ଗ୍ରହ ମା’ ବ୍ରହ୍ମଚାରିଣୀଙ୍କ ନିୟନ୍ତ୍ରଣାଧିନ ବୋଲି ବିଶ୍ୱାସ ରହିଛି । ମା’ ନଗ୍ନ ପାଦରେ ବିଚରଣ କରୁଥିବା ରୂପରେ ପୂଜା ପାଉଛନ୍ତି । ଦେବୀ ଦ୍ୱିଭୁଜା, ଦେବୀଙ୍କ ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭାପାଉଛି । ମହାଦେବଙ୍କୁ ପତି ରୂପରେ ପାଇବା ପାଇଁ ଦେବୀ ପାର୍ବତୀ କଠିନ ତପସ୍ୟା କରିଥିଲେ । ତାଙ୍କର ସେହି ରୂପକୁ ହିଁ ବ୍ରହ୍ମଚାରିଣୀ ଭାବେ ବିବେଚନା କରାଯାଏ ।

ପୁରାଣମାନଙ୍କରେ ବର୍ଣ୍ଣିତ ରହିଛି ଯେ, ଦେବୀ ପାର୍ବତୀ ୧୦୦୦ ବର୍ଷ କେବଳ ଫଳ, ପୁଷ୍ପ ଆହାର କରି ସାଧନା କରିଥିଲେ । ଆଉ କେତେକ ପୁରାଣ ଅନୁସାରେ, ଦେବୀ ପାର୍ବତୀ ୩୦୦୦ ବର୍ଷ କେବଳ ବିଲ୍ୱପତ୍ର ଗ୍ରହଣ କରି ତପସ୍ୟା କରିଥିଲେ ଏବଂ ପରେ ତାହା ମଧ୍ୟ ତ୍ୟାଗ କରିଦେବାରୁ ତାଙ୍କୁ ଅପର୍ଣ୍ଣା ବୋଲି କୁହାଗଲା । ମା’ ବ୍ରହ୍ମଚାରିଣୀ ଜ୍ଞାନ ଓ ବୁଦ୍ଧିର ଭଣ୍ଡାର, ଭକ୍ତକୁ ସୁଖ, ଶାନ୍ତି, ଯଶ, କୀର୍ତି ପ୍ରଦାନ କରନ୍ତି ଏବଂ ମୋକ୍ଷର ମାର୍ଗ ପ୍ରଶସ୍ତ କରନ୍ତି । ମା’ ଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବାକୁ ସୋମବାର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ପ୍ରକାଶ ଥାଉକି, ନବରାତ୍ରୀର ପ୍ରଥମ ଦିନରେ ଗତକାଲି ଶ୍ରଦ୍ଧାଳୁମାନେ ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଶୈଳପୁତ୍ରୀ ବେଶ ଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande