ସାଉନ୍ତେଶ୍ୱରୀ ମହୋତ୍ସବ ଅଏଁଲାସାରୀ ମୂଳ ପୀଠ ଉଦ୍ଘାଟିତ ଯୁଗେ ଯୁଗେ ସାଉନ୍ତେଶ୍ୱରୀ ପୁସ୍ତକ ଉନ୍ମୋଚନ- ଡା. ମୁକେଶ ମହାଲିଙ୍ଗ
ବଲାଙ୍ଗୀର, ୧୨ ଅକ୍ଟୋବର(ହି.ସ.) – ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅଏଁଲାସାରୀ ସ୍ଥିତ ମାଁ ସାଉନ୍ତେଶ୍ୱରୀ ମୂଳପୀଠ ଠାର ମହାଳୟା ଅମାବାସ୍ୟା ତିଥିରେ ମାଆଁଙ୍କର ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା। ନିତି ପରମ୍ପରା ଅନୁସାରେ ମାଁ ସାଉନ୍ତେଶ୍ୱରୀ ଦେବୀ ବୁଢ଼ାରଜା ମନ୍ଦିରକୁ ଯାଇଥିଲେ। ମାଁ ବାଉତୀ
ସାଉନ୍ତେଶ୍ୱରୀ ମହୋତ୍ସବ  ଅଏଁଲାସାରୀ ମୂଳ ପୀଠ ଉଦ୍ଘାଟିତ ଯୁଗେ ଯୁଗେ ସାଉନ୍ତେଶ୍ୱରୀ ପୁସ୍ତକ ଉନ୍ମୋଚନ-ଡା. ମୁକେଶ ମହାଲିଙ୍ଗ


ସାଉନ୍ତେଶ୍ୱରୀ ମହୋତ୍ସବ  ଅଏଁଲାସାରୀ ମୂଳ ପୀଠ ଉଦ୍ଘାଟିତ ଯୁଗେ ଯୁଗେ ସାଉନ୍ତେଶ୍ୱରୀ ପୁସ୍ତକ ଉନ୍ମୋଚନ-ଡା. ମୁକେଶ ମହାଲିଙ୍ଗ


ସାଉନ୍ତେଶ୍ୱରୀ ମହୋତ୍ସବ  ଅଏଁଲାସାରୀ ମୂଳ ପୀଠ ଉଦ୍ଘାଟିତ ଯୁଗେ ଯୁଗେ ସାଉନ୍ତେଶ୍ୱରୀ ପୁସ୍ତକ ଉନ୍ମୋଚନ-ଡା. ମୁକେଶ ମହାଲିଙ୍ଗ


ବଲାଙ୍ଗୀର, ୧୨ ଅକ୍ଟୋବର(ହି.ସ.) – ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅଏଁଲାସାରୀ ସ୍ଥିତ ମାଁ ସାଉନ୍ତେଶ୍ୱରୀ ମୂଳପୀଠ ଠାର ମହାଳୟା ଅମାବାସ୍ୟା ତିଥିରେ ମାଆଁଙ୍କର ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା। ନିତି ପରମ୍ପରା ଅନୁସାରେ ମାଁ ସାଉନ୍ତେଶ୍ୱରୀ ଦେବୀ ବୁଢ଼ାରଜା ମନ୍ଦିରକୁ ଯାଇଥିଲେ। ମାଁ ବାଉତୀଙ୍କ ବରୁଆ ଦେହରେ ବଏଲ୍ ଆସି ପହଞ୍ôଚ ଥିଲେ। ପୀଠାସୀନ ଭୈରବ ବୁଢ଼ାରଜା ନରିହା ବୁଢ଼ା, ଡଙ୍ଗରବୁଢ଼ା ତଥା ଅନ୍ୟାନ୍ୟ ଦେବାଦେବୀ ପୀଠରେ ପୂଜାର୍ଚ୍ଚନା ହୋଇଥିଲା ପରେ ପରେ ଚେରେଙ୍ଗାବାହାଲି, କଦଲିପାଲି, କୁଲେରବାହାଲି, ନୂଆଁଡୁଙ୍ଗୁରୀପାଲି, ଅଏଁଲାସାରୀ ଗ୍ରାମକୁ ଯାଇ ମାଁ ସାଉନ୍ତେଶ୍ୱରୀ ଦେବୀଙ୍କ ଛତର ପରିକ୍ରମା କରିଥିଲେ। ଘଂଟଶଙ୍ଖ ହରିବୋଳ ହୁଳହୁଳୀ ଓ ଦୁଲ୍ଦୁଲି ବାଦ୍ୟର ପ୍ରତିଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଥମ ସାଉନ୍ତେଶ୍ୱରୀ ମହୋତ୍ସବକୁ ମୁଖ୍ୟଅତିଥି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ ମାଁଙ୍କ ମଣ୍ଡପ, ଭବ୍ୟମନ୍ଦିର ର ପୁନଃଉଦ୍ଧାର ସକାଶେ ୧୦ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଗ୍ରାମର ତିନି ଜଣ ଭୂମିହୀନଙ୍କୁ ଡି.୦.୦୪ଡିସ. ଲେଖାଏଁ ପଟ୍ଟା ବଣ୍ଟନ କରିଥିଲେ ଏବଂ ଯୁଗେ ଯୁଗେ ସାଉନ୍ତେଶ୍ୱରୀ ପୁସ୍ତକ ଲୋକାର୍ପଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ଯୋଗ ଦେଇ ଗ୍ରାମାଂଚଳରେ ଥିବା ଗ୍ରାମ ଦେବାଦେବୀଙ୍କ ପୀଠର ପୁନଃରୁର୍ଦ୍ଧାର ସକାଶେ ଗ୍ରାମବାସୀଙ୍କ ଉଦ୍ୟମକୁ ଭୁୟସୀ ପ୍ରସଂଶା କରିଥିଲେ ଏବଂ ପ୍ରତିବର୍ଷ ସରକାରୀ ସହାୟତାରେ କିପରି ମହୋତ୍ସବ କରାଯାଇ ପାରିବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବରେଣ୍ୟ ଅତିଥି ତହସିଲଦାର ଅଶୋକ କୁମାର ମିଶ୍ର, ବିଶ୍ୱଜିତ କୁମାର ନାଥ, ସରପଂଚ ଶ୍ରୀମତୀ ମଦନା ବେହେରା, ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ସାହୁ, ସଭାପତି ଲାଲମନ ବେହେରା, ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଲ, ଯୁବ ସମାଜସେବୀ ଉମେଶ ପଧାନ ମଂଚାସୀନ ଥିଲେ। ସଂସ୍କୃତି ଗବେଷକ ଶ୍ରୀ ଉକାଳୁ ସା ମଂଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଲେରବାହାଲି, ବଲାଙ୍ଗୀର ଆଦର୍ଶପଡା, ଅଏଁଲାସାରୀ ଗ୍ରାମର ୫ଟି କିର୍ତନ୍ୟ ଦଳ ଓ ଲେତିପାଲି ଏବଂ ଅଏଁଲାସାରୀ ସରକାରୀ ଉନ୍ନିତ ଛାତ୍ରଛାତ୍ରୀମାନେ ନିଜନିଜର ପାରମ୍ପାରିକ କଳା ପ୍ରଦର୍ଶନ କରୀଥିଲେ। ଜୟମନ ବେହେରା, ରାଜେନ୍ଦ୍ର ସା ପୂଜାକାର୍ଯ୍ୟ ତୁଳାଇଥିଲେ ଏବଂ ଗୁଣନିଧି ଚନ୍ଦନ, ଅନାଦି କାଲସାଏ, ପବିତ୍ର ସା, ବାବୁଲାଲ ବାଗ, ଶଙ୍କର ଚନ୍ଦନ, ପ୍ରମୋଦ ବେହେରା, ଢେକାଳୁ ସା, ସଦାନନ୍ଦ ଦୀପ, ଇନ୍ଦ୍ର ସା, ପ୍ରମୁଖ ଆୟୋଜନ କରିଥିଲେ। ଆସନ୍ତା ୧୯ ତାରିଖରେ ଏହି ମହୋତ୍ସବ ଉଦଯାପିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande