ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତେଜନା
କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ବିବାଦ। ନିର୍ବାଚନ ସମୟରେ ଘଟିଥିବା କିଛି ଘଟଣାକୁ ନେଇ ଉଠିଛି ଅଭିଯୋଗ। ନିରପେକ୍ଷ ତଦନ୍ତ, ଛାତ୍ରୀଙ୍କ ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବିରେ ଆଜି କେନ୍
ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,


କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ବିବାଦ। ନିର୍ବାଚନ ସମୟରେ ଘଟିଥିବା କିଛି ଘଟଣାକୁ ନେଇ ଉଠିଛି ଅଭିଯୋଗ। ନିରପେକ୍ଷ ତଦନ୍ତ, ଛାତ୍ରୀଙ୍କ ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବିରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ବିଧାୟକ ଶ୍ରୀ ଗଣେଶ ବେହେରା। ବିଧାୟକଙ୍କ ସହ ଦଳୀୟ କର୍ମୀ ଏବଂ ତୁଳସୀ ମହାବିଦ୍ୟାଳୟର ବହୁ ଛାତ୍ରୀ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ମହାବିଦ୍ୟାଳୟରେ ଦେଖାଦେଇଥିବା ବିବାଦର ସମାଧାନ କିପରି ହେବ ଏବଂ ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। କେନ୍ଦ୍ରାପଡ଼ା ଜିଲ୍ଲାର ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦେଖାଦେଇଛି ଅସନ୍ତୋଷ। ନିର୍ବାଚନ ସମୟରେ ଘଟିଥିବା କିଛି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି। ଏହି ପ୍ରସଙ୍ଗରେ ଆଜି ବିଜେଡି ବିଧାୟକ ଶ୍ରୀ ଗଣେଶ ବେହେରା ଦଳୀୟ କର୍ମୀ ଏବଂ ତୁଳସୀ ମହାବିଦ୍ୟାଳୟର ବହୁ ଛାତ୍ରୀଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ଘଟଣାର ଉପଯୁକ୍ତ ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦାବିରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବିଜେପି ଓ ଏବିଭିପି ପକ୍ଷରୁ ମଧ୍ୟ ଉଦ୍ୱେଗ ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ମହାବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଘଟଣା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ଯାଂଚ, ଆବଶ୍ୟକ ପ୍ରମାଣ ସଂଗ୍ରହ ଏବଂ ମହାବିଦ୍ୟାଳୟର ସିସିଟିଭି ଫୁଟେଜ୍ ଯାଂଚ କରିବାକୁ ଦାବି ଉଠିଛି। ତଦନ୍ତରେ ଯଦି କୌଣସି ଅନିୟମିତତା କିମ୍ବା ନିୟମ ଉଲ୍ଲଂଘନର ପ୍ରମାଣ ମିଳେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି। ତେବେ ଏହି ଘଟଣାରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଶିକ୍ଷାଦାନ ପରିବେଶ ବଜାୟ ରହିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ଉପୁଜିଥିବା ବିବାଦ ଏବେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ନିରପେକ୍ଷ ତଦନ୍ତ ମାଧ୍ୟମରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ସହ ଛାତ୍ରୀଙ୍କ ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ ହେବ ବୋଲି ଆଶା ରହିଛି। ଏବେ ଜିଲ୍ଲାପାଳ ଏହି ଦାବିପତ୍ର ଉପରେ ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ବଳ ଉପସ୍ଥିତ ଥିଲେ, ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ବିବାଦର କିପରି ସମାଧାନ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande