ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଓଡ଼ିଆ ସଙ୍ଗୀତ ସାମ୍ରାଜ୍ୟର ବେତାଜ୍ ବାଦଶାହା ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ନବେତମ ପୁଣ୍ୟ ଜୟନ୍ତୀ ତାଙ୍କର ପ୍ରିୟ ଅନୁଷ୍ଠାନ କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହ
ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର(ହି.ସ.) – ଓଡ଼ିଆ ସଙ୍ଗୀତ ସାମ୍ରାଜ୍ୟର ବେତାଜ୍ ବାଦଶାହା ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ନବେତମ ପୁଣ୍ୟ ଜୟନ୍ତୀ ତାଙ୍କର ପ୍ରିୟ ଅନୁଷ୍ଠାନ କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଶାନ୍ତ ସାମଲ, ମୁଖ୍ୟବକ୍ତା ଭାବେ ପଣ୍ଡିତ ପଦ୍ମନାଭ ଦାଶ, ସମ୍ମାନୀତ ଅତିଥି ଭାବରେ ସ୍ୱରତୀର୍ଥର ପ୍ରତିଷ୍ଠାତା ଓ ସଙ୍ଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ପରିବେଶବିତ୍ ନୃସିଂହ ଚରଣ ତ୍ରିପାଠୀ, ସତୀର୍ଥର ପ୍ରତିଷ୍ଠାତା କବି ମନ୍ମଥ ନାଥ ବରାଳ, କବି ଅମର ପ୍ରସାଦ ରାଉତ, କଣ୍ଠଶିଳ୍ପୀ ଅଜୟ ମହାନ୍ତି, ସଙ୍ଗୀତଜ୍ଞ ପୂର୍ଣ୍ଣଚନ୍ଦ୍ର ନାୟକ, ନାଟ୍ୟକାର ଭୀମସେନ ପ୍ରଧାନ, ସେୟାର ସମ୍ପାଦକ କିଶୋର ସ୍ୱାଇଁ, କବି ଅଶୋକ ସାହୁ, ଅଶୀ ବିଷ୍ଣୁପ୍ରିୟା ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହିତ ଅକ୍ଷୟଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତିକାର ବିମଳ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅକ୍ଷୟଙ୍କ କାଳଜୟୀ ସଙ୍ଗୀତ ସମର୍ପି ଦେଲି, ଏଇ ଯେ ବନ ଲତା ପାହାଡ଼, ହାରି ଯାଇଥିବା, ନଦୀ ତୋର ଦେଇଥିଲି ନାଁ, ପୁଣ୍ୟର ନଦୀ ତୀରେ ଇତ୍ୟାଦି ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ହେନାଞ୍ଜଳି ଜେନା, ପାୟଲ ଦାସ ଏବଂ ଅଙ୍କିତା ପରିଡ଼ା ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଥମେ ଅତିଥିମାନେ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ରଞ୍ଜନ ବରାଳ, ସ୍ମୃତି ରଞ୍ଜନ ବିଶ୍ୱାଳ, ଅମର ବିଶ୍ୱାଳ, ପ୍ରଶାନ୍ତ ସାମଲ, ଅଜୟ ମହାନ୍ତି ପ୍ରମୁଖ ଅକ୍ଷୟ ସଙ୍ଗୀତ ଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ମାଧବ ମଳିକ, ବିକ୍ରମ ସାମଲ, ଚୈତନ୍ୟ ରାଉତ୍, ରମେଶ ଦାସ, ସୁରେନ୍ଦ୍ର ରାଉତ୍, ରାଜକିଶୋର ପଣ୍ଡା, ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ଅକ୍ଷୟ ସଙ୍ଗୀତର ଅଖଣ୍ଡ ପ୍ରଭାବରେ ବିମୋହିତ ସମସ୍ତ ଦର୍ଶକ ଓ ଦର୍ଶିକାଙ୍କୁ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande