ଟାଇମ୍ସ ଫ୍ୟାଶନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ, ଆଦିବାସୀ କଳା ଓ ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନ ଦେଖି ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଟାଇମ୍ସ ଫ୍ୟାଶନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ, ଆଦିବାସୀ କଳା ଓ ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନକୁ ଦେଖି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍
ଟାଇମ୍ସ ଫ୍ୟାସନ ୱିକ


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଟାଇମ୍ସ

ଫ୍ୟାଶନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ, ଆଦିବାସୀ କଳା ଓ ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନକୁ ଦେଖି ଖୁସି

ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପ୍ରତ୍ୟେକ ହସ୍ତତନ୍ତ, ପ୍ରତ୍ୟେକ

ଜନଜାତିୟ ହସ୍ତକଳା ଏବଂ ପ୍ରତ୍ୟେକ ପାରମ୍ପରିକ ସୃଷ୍ଟି ପଛରେ ରହିଛି ଆମ ଲୋକଙ୍କ କଠିନ ପରିଶ୍ରମ, ପ୍ରତିଭା

ଓ ସଂଘର୍ଷର କାହାଣୀ।

ଟାଇମ୍ସ ଫ୍ୟାଶନ୍ ୱିକ୍ରେ

ଆମର ମହିଳା କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ଆତ୍ମବିଶ୍ୱାସର ସହ ରାମ୍ପ୍ରେ

ଚାଲି ଆମର ସମୃଦ୍ଧ ଜନଜାତିୟ ଐତିହ୍ୟ, ଜିଆଇ (GI) ଟ୍ୟାଗ୍ପ୍ରାପ୍ତ ଉତ୍ପାଦ,

ଓଡିଓପିଉତ୍ପାଦ, ହସ୍ତତନ୍ତ, ଅଳଙ୍କାର ଓ ଅନ୍ୟାନ୍ୟ ଫ୍ୟାଶନ୍ ସାମଗ୍ରୀ ପ୍ରଦର୍ଶନ କରୁଥିବା ଦେଖି

ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି। ସେମାନଙ୍କ ହାତରେ ପିଢ଼ି ପରେ ପିଢ଼ି ସଞ୍ଚିତ କଳାକୌଶଳ

ରହିଛି, ସେମାନଙ୍କ

ସୃଷ୍ଟି ଆମ ସଂସ୍କୃତିର କାହାଣୀ କହୁଛି ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରତ୍ୟେକ ସୁଯୋଗ

ମିଳିବା ଉଚିତ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଯେତେବେଳେ ଆମ କାରିଗରମାନେ ନିଜର ଯୋଗ୍ୟ ସ୍ୱୀକୃତି ପାଆନ୍ତି, ସେତେବେଳେ

କେବଳ ସେମାନଙ୍କ ପ୍ରତିଭା ଉଜ୍ଜ୍ୱଳ ହୁଏ ନାହିଁ;

ସେମାନଙ୍କ ସହ ଓଡ଼ିଶାର ପରିଚୟ, ଐତିହ୍ୟ ଓ ଗୌରବ ମଧ୍ୟ ବିଶ୍ୱ

ଦରବାରରେ ଉଜ୍ଜ୍ୱଳ ହୋଇଉଠେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆମ ଓଡ଼ିଶାର ହସ୍ତତନ୍ତ, ଆଦିବାସୀ କଳା ଓ ପାରମ୍ପରିକ ହସ୍ତଶିଳ୍ପକୁ ଟାଇମ୍ସ ଫ୍ୟାସନ ୱିକରେ

ନୂଆ ପରିଚୟ ମିଳିଛି। ଆମ ମହିଳା କାରିଗର ଓ ଏସଏଚଜିସଦସ୍ୟାମାନେ ନିଜ କଳା ଓ ଆତ୍ମବିଶ୍ୱାସରେ ରାଜ୍ୟର ଗୌରବ

ବଢ଼ାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande