ତ୍ରିପୁରାରେ ହସ୍ତତନ୍ତ ପୁନରୁଦ୍ଧାର ପାଇଁ ଆଇଆଇଟି ରୁର୍କି ଏବଂ ଟିଆରଏଲଏମ ମଧ୍ୟରେ ବୁଝାମଣାପତ୍ର
ହରିଦ୍ଵାର, ୧୨ ଅକ୍ଟୋବର (ହି.ସ.)- ତ୍ରିପୁରାରେ ମହିଳା ନେତୃତ୍ୱାଧୀନ ହସ୍ତତନ୍ତ ଉଦ୍ୟୋଗକୁ ସଶକ୍ତ କରିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁର୍କୀ ଏବଂ ତ୍ରିପୁରା ଗ୍ରାମୀଣ ଜୀବିକା ମିଶନ (ଟିଆରଏଲ୍ଏମ୍) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ତ
ତ୍ରିପୁରାରେ ହସ୍ତତନ୍ତ ପୁନରୁଦ୍ଧାର ପାଇଁ ଆଇଆଇଟି ରୁର୍କି ଏବଂ ଟିଆରଏଲଏମ ମଧ୍ୟରେ ବୁଝାମଣାପତ୍ର


ହରିଦ୍ଵାର, ୧୨ ଅକ୍ଟୋବର (ହି.ସ.)- ତ୍ରିପୁରାରେ ମହିଳା ନେତୃତ୍ୱାଧୀନ ହସ୍ତତନ୍ତ ଉଦ୍ୟୋଗକୁ ସଶକ୍ତ କରିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁର୍କୀ ଏବଂ ତ୍ରିପୁରା ଗ୍ରାମୀଣ ଜୀବିକା ମିଶନ (ଟିଆରଏଲ୍ଏମ୍) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ତ୍ରିପୁରା ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ସଚିବ ଅଭିଷେକ ସିଂହ ଏବଂ ଆଇ.ଆଇ.ଟି. ରୁରକିର ଡିଜାଇନ ବିଭାଗର ମୁଖ୍ୟ ପ୍ରଫେସର ଏ. କେ. ଶର୍ମା ଉପସ୍ଥିତ ଥିଲେ । ଏହି ବୁଝାମଣାପତ୍ରରେ ଟି.ଆର.ଏଲ୍.ଏମ୍. ର ସି.ଇ.ଓ. ତରିତ କାନ୍ତି ଚକମା ଏବଂ ପ୍ରଫେସର ବିଭୂତି ରଞ୍ଜନ ଭଟ୍ଟାଚାର୍ଯ୍ୟ ସ୍ୱାକ୍ଷର କରିଥିଲେ ।

ଏହି ତିନି ବର୍ଷର ଭାଗିଦାରୀ ଉତର ତ୍ରିପୁରା, ଉନାକୋଟି ଏବଂ ଧଲାଇ ଜିଲ୍ଲାର ୫୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଣାକାରଙ୍କୁ ସଶକ୍ତ କରିବ । ପାରମ୍ପରିକ ହସ୍ତତନ୍ତ କ୍ଷେତ୍ରକୁ ଟେକ୍ନୋଲୋଜି, ଡିଜାଇନ୍ ନବସୃଜନ, ଦକ୍ଷତା ବିକାଶ, ବ୍ରାଣ୍ଡିଂ, ଉଦ୍ୟୋଗୀତା ଏବଂ ଡିଜିଟାଲ୍ ବଜାର ପ୍ରବେଶକୁ ସମନ୍ୱିତ କରି ସ୍ଥାୟୀ ଏବଂ ବଜାରଭିତିକ ଜୀବିକା ବ୍ୟବସ୍ଥାରେ ରୂପାନ୍ତରିତ କରାଯିବ ।

ସଚିବ ଅଭିଷେକ ସିଂହ କହିଥିଲେ ଯେ, ଗବେଷଣାଗାରରୁ ଗବେଷଣାକୁ କ୍ଷେତ୍ରକୁ ନେବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ପ୍ରକୃତ ଆହ୍ୱାନର ମୁକାବିଲା କରାଯାଇପାରିବ । ପ୍ରଫେସର ଏ. କେ. ଶର୍ମା କହିଥିଲେ ଯେ, ଆଇଆଇଟି ରୁର୍କି ବିକାଶମୂଳକ ପଦକ୍ଷେପ ସହିତ ଯୋଡ଼ି ହୋଇ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରତିବଦ୍ଧ । ଟି.ଆର.ଏଲ୍.ଏମ୍. ର ସି.ଇ.ଓ. ତରିତ୍ କାନ୍ତି ଚକ୍ମା କହିଛନ୍ତି ଯେ, ଗ୍ରାମୀଣ ସମୁଦାୟଙ୍କ ନିକଟରେ ଜ୍ଞାନ ଏବଂ ନବସୃଜନ ପହଂଚାଇବା ପାଇଁ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande