ଅଗ୍ରୱାଲ ସମାଜର ସଂସ୍ଥାପକ ଶ୍ରୀଅଗ୍ରସେନ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ଆୟୋଜିତ
ସମାଜସେବା କ୍ଷେତ୍ରରେ ଅଗ୍ରୱାଲ ସମାଜର ଅବଦାନ ଯୁଗଯୁଗରୁ ରହିଆସିଛି
ସମାଜସେବା କ୍ଷେତ୍ରରେ ଅଗ୍ରୱାଲ ସମାଜର ଅବଦାନ ଯୁଗଯୁଗରୁ ରହିଆସିଛି୧


ସମାଜସେବା କ୍ଷେତ୍ରରେ ଅଗ୍ରୱାଲ ସମାଜର ଅବଦାନ ଯୁଗଯୁଗରୁ ରହିଆସିଛି


ବୌଦ୍ଧ, ୧୨ ଅକ୍ଟୋବର (ହି.ସ.)- ଅଗ୍ରୱାଲ ସମାଜର ସଂସ୍ଥାପକ ଶ୍ରୀଅଗ୍ରସେନ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ବୌଦ୍ଧ ଟାଉନହଲ ଠାରେ ମହାସମାରୋହରେ ରବିବାର ରାତିରେ ପାଳିତ ହୋଇଛି । ମାରୱାଡି ଯୁବା ମଞ୍ଚ, ମାରୱାଡି ମହିଳା ସମିତି ଓ ମାରୱାଡି ସୋସାଇଟି ଦ୍ୱାରା ଅପରାହ୍ନରେ ବୌଦ୍ଧ ରଘୁନାଥ ମନ୍ଦିର ଠାରୁ ମହାରାଜ ଶ୍ରୀଅଗ୍ରେସନଙ୍କ ସୁସଜ୍ଜିତ ରଥ ସହ ଏକ ଶୋଭାଯାତ୍ରା ନାମ ସଂକୀର୍ତନ ସହ ବାହାରି ସହର ପରିକ୍ରମା କରିବା ପରେ ଟାଉନହଲ ଠାରେ ପହଂଚିଥିଲା ।

ଏହି ଅବସରରେ ଅଗ୍ରସେନ ଭବନ ସମ୍ମୁଖରେ ସ୍ଥାପିତ ଶ୍ରୀଅଗ୍ରସେନ ମହାରାଜଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ପୂଜା ଓ ଆଳତି କରାଯାଇଥିଲା l

ମାରୱାଡି ସୋସାଇଟିର ସଭାପତି ମଙ୍ଗତୁଲାଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣସଭା ଆୟୋଜିତ ହୋଇଥିଲା । ସଭାରେ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ମୁଖ୍ୟ ଅତିଥି ଭାବେ ଓ ଡୁଙ୍ଗୁରିପାଲିର ବରିଷ୍ଠ ସାମ୍ବାଦିକ କିସନ କୁମାର ଅଗ୍ରୱାଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ସମାଜସେବା କ୍ଷେତ୍ରରେ ଅଗ୍ରୱାଲ ସମାଜର ଅବଦାନ ଯୁଗ ଯୁଗରୁ ରହିଆସିଛି ବୋଲି ଉଲ୍ଲେଖ କରିବା ସହ ମହାରାଜ ଶ୍ରୀଅଗ୍ରେସନଙ୍କ ସିଦ୍ଧାନ୍ତ ଏବଂ ଆଦର୍ଶ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ମାରୱାଡି ସମାଜର ବରିଷ୍ଠ ନାଗରିକ ମାନଙ୍କୁ ମାନପତ୍ର, ଉପଢୌକନ ଦେଇ ଦେଇ ସମ୍ମାନିତ କରିଥିଲେ l ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ମନିଶ କୁମାର ଅଗ୍ରୱାଲ, ଯୁବ ମଂଚ ସଭାପତି ଆଶିଷ କୁମାର ଗର୍ଗ, ମହିଳା ସମିତି ସଭାନେତ୍ରୀ ଶ୍ରୀମତୀ ପ୍ରେମଲତା ଅଗ୍ରୱାଲ ମଂଚାସିନ ଥିଲେ ।

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ପ୍ରଦର୍ଶିତ ହୋଇଥିଲା । କେତନ କୁମାର ଅଗ୍ରୱାଲ, ସୁରଜ କୁମାର ଅଗ୍ରୱାଲ, ଅଭିଷେକ କୁମାର ଅଗ୍ରୱାଲ, ମୋହିତ କୁମାର ଅଗ୍ରୱାଲଙ୍କ ସମତେ ଅନ୍ୟମାନେ ମଞ୍ଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବୌଦ୍ଧ ସହର ସମେତ ଜିଲାର ଅନ୍ୟାନ୍ୟ ଅଂଚଳରୁ ଏବଂ ପଡୋଶୀ ଜିଲାର ଶତାଧିକ ପରିବାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande