
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା । ଆଜି ସକାଳ ସମୟରେ ଟଙ୍କପାଣି ରୋଡ଼ ଓ କେସୁରା ଛକ ମଧ୍ୟରେ ଘଟିଛି ସିରିଜ ଦୁର୍ଘଟଣା।୫ ଟି ଗାଡିକୁ ଧକ୍କା ଦେବାପରେ ଡ୍ରାଇଭର ଜଣଙ୍କୁ ପିଟିଛନ୍ତି ଲୋକେ । ପିସିଆର ପହଞ୍ଚି ଶେଷରେ କାର ଚାଳକ ଜଣଙ୍କୁ ଉଦ୍ଧାର କରିଛି ।
ଏକ ଚାରି ଚକିଆ ଗାଡି ନିୟନ୍ତ୍ରଣ ହରାଇ ୫ ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଇଥିଲା । ପରେ ରାସ୍ତା ଉପରେ ଅଟକି ରହିଥିଲା । ଏପରିକି ଦୁର୍ଘଟଣା ଘଟାଇ କାର ଚାଳକ ଜଣଙ୍କ ଫେରାର ହୋଇଯିବାକୁ ବସିଥିବା ବେଳେ କାବୁ କରିଥିଲେ ଲୋକେ।ଡ୍ରାଇଭର ଜଣଙ୍କ ପ୍ରବଳ ମଦ୍ୟପାନ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପିସିଆର ପହଞ୍ଚି କାର ଚାଳକ ଜଣଙ୍କୁ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେ ନେଇ ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା