
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ରାଜମାତା
ବିଜୟରାଜେ ସିନ୍ଧିଆଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ,
ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜୟନ୍ତୀ ଅବସରରେ ରାଜମାତା ବିଜୟରାଜେ ସିନ୍ଧିଆ ଜୀଙ୍କୁ
ସ୍ମରଣ କରୁଛି। ତାଙ୍କର ନିଃସ୍ୱାର୍ଥପର ସେବା,
ଅନନ୍ୟ ସମର୍ପଣ ଏବଂ ରାଷ୍ଟ୍ର ପ୍ରତି ଅଟଳ ପ୍ରତିବଦ୍ଧତା ଏକ ବିକଶିତ
ଭାରତ ଗଠନ ଦିଗରେ ଆମର ପ୍ରୟାସକୁ ନିରନ୍ତର ପ୍ରେରଣା ଯୋଗାଇ ଆସୁଛି।
ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରାଜମାତା
ବିଜୟରାଜେ ସିନ୍ଧିଆ ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।
ଜଣେ ବିଶିଷ୍ଟ ଜନନେତ୍ରୀ ଓ ସମର୍ପିତ ସମାଜସେବିକା ଭାବେ ତାଙ୍କ ଜୀବନ ଦୃଢ଼ ବିଚାରଧାରା, ନିଃସ୍ୱାର୍ଥପର
ସେବା ଏବଂ ଜାତୀୟ ଆଦର୍ଶ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରତୀକ ଥିଲା।
ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ରାଜମାତା
ବିଜୟାରାଜେ ସିନ୍ଧିଆଜୀଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ଜଣାଉଛି । ରାଜପରିବାରର ଐଶ୍ୱର୍ଯ୍ୟ
ତ୍ୟାଗ କରି ସେ ଜନସେବାର ପଥ ବାଛିଥିଲେ। ସାରା ଜୀବନ ରାଷ୍ଟ୍ରବାଦୀ ବିଚାରଧାରା ଓ ନିଜ ଆଦର୍ଶ
ପ୍ରତି ସମର୍ପିତ ରହିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଦୀର୍ଘ ଦିନ ଜେଲରେ ରହିଥିଲେ ମଧ୍ୟ ସେ
ନିଜ ଆଦର୍ଶରୁ ପଛଘୁଞ୍ଚା ଦେଇନଥିଲେ। ତାଙ୍କର ତ୍ୟାଗ, ସାହସ ଓ ରାଷ୍ଟ୍ର ପ୍ରତି ସମର୍ପଣ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ
ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ।
ପୂର୍ବତନ
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତ୍ୟାଗ, ତପସ୍ୟା ଓ ରାଷ୍ଟ୍ରନିଷ୍ଠାର ଅନନ୍ୟ ପ୍ରତୀକ ରାଜମାତା ବିଜୟରାଜେ
ସିନ୍ଧିଆ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତ୍ୟାଗ, ସଂଗଠନ ପ୍ରତି ସମର୍ପଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଗଣତନ୍ତ୍ରର
ସୁରକ୍ଷା ପାଇଁ ତାଙ୍କର ସାହସ ଓ ରାଷ୍ଟ୍ରଭକ୍ତି ସର୍ବଦା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇ
ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା