କ୍ୟାମ୍ପସ ହିଂସାକୁ ନେଇ ବିଜେଡିକୁ ଟାର୍ଗେଟ , କ୍ୟାମ୍ପସରେ ହାରିଯିବା ଭୟରେ ହିଂସା କରୁଛି ବିଜେଡି-  ବିଜେପି ବିଧାୟକ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- କ୍ୟାମ୍ପସ ହିଂସାକୁ ନେଇ ବିଜେଡିକୁ ଟାର୍ଗେଟ । କ୍ୟାମ୍ପସରେ ହାରିଯିବା ଭୟରେ ହିଂସା କରୁଛି ବିଜେଡି ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, କ୍ୟାମ୍ପସରୁ ଦୂରେଇ ରୁହନ୍ତୁ ବଡ଼ ନେତା ନହେଲେ ଆକ୍ସନ ନିଆଯିବ । 8 ବର୍ଷ ଧରି ନିର୍ବାଚ
Bjp office


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- କ୍ୟାମ୍ପସ ହିଂସାକୁ ନେଇ ବିଜେଡିକୁ ଟାର୍ଗେଟ । କ୍ୟାମ୍ପସରେ ହାରିଯିବା ଭୟରେ ହିଂସା କରୁଛି ବିଜେଡି ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, କ୍ୟାମ୍ପସରୁ ଦୂରେଇ ରୁହନ୍ତୁ ବଡ଼ ନେତା ନହେଲେ ଆକ୍ସନ ନିଆଯିବ । 8 ବର୍ଷ ଧରି ନିର୍ବାଚନ ବନ୍ଦ ରଖି ଯେଉଁମାନେ କ୍ୟାମ୍ପସକୁ କବ୍ଜା କରି ରଖିଥିଲେ। ସେମାନଙ୍କୁ ଭୟ ଘାରିଛି। ଓଉ ରାଇତା, ଡାଲମା, ସାଲାଡ୍ ପଢ଼ାଉଥିଲେ। ତାକୁ ଆଉ ହେବାକୁ ଦିଆଯିବନି। କ୍ୟାମ୍ପସରେ ବଡ଼ ନେତା ଦୂରେଇ ରୁହନ୍ତୁ। ମୁଁ ହୁଏ ପ୍ରସନ୍ନ ବାବୁ ହୁଅନ୍ତୁ କିମ୍ବା ଅରୁଣ ବାବୁ। ଛାତ୍ର ରାଜନୀତି ଛାତ୍ରଙ୍କ ପାଖେ ରହୁ ନେତା ସେଥିରେ ମୁଣ୍ଡ ନ ପଶାନ୍ତୁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande