
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଦୁର୍ଗା
ପ୍ରସନ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ
ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମହାକାଳପଡ଼ାର
ଲୋକପ୍ରିୟ ବିଧାୟକ ଶ୍ରୀ ଦୁର୍ଗା ପ୍ରସନ ନାୟକଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ
ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସିଦ୍ଧ ବଳଦେବଜୀଉ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ
କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।
ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାକାଳପଡ଼ା ବିଧାନସଭା କ୍ଷେତ୍ରର
ଲୋକପ୍ରିୟ ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଜନ୍ମଦିନର ଶୁଭ ଅବସରରେ ଅଶେଷ ଶୁଭକାମନା
।
ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ସର୍ବଦା ସୁସ୍ଥ ଓ ନିରାମୟ ରହିବା ସହ ଦୀର୍ଘାୟୁ ହୁଅନ୍ତୁ ।
ଆପଣଙ୍କ ପ୍ରତ୍ୟେକ ପ୍ରୟାସ ଜନସାଧାରଣଙ୍କ କଲ୍ୟାଣରେ ସହାୟକ ହେଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା