
ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - ପ୍ରଦେଶ କେଂଗ୍ରସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ୫ ଜଣଙ୍କ ଉପରୁ ଅତୀତରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲା (ପଶ୍ଚିମ)ର। ଫୁଲବାଣୀ ମୁନିସିପାଲଟିର ବଳେଦବ ବେହେରା , ସେକ ଅବଦୁଲ ସକୀର ଓ ଶିବଶଙ୍କର ବେହେରା ଏବଂ ଖଜୁରୀପଡ଼ା ବ୍ଲକର ଗୌରଚରଣ ବେହେରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା (ପଶ୍ଚିମ ଭଞ୍ଜନଗରର ବବି ଅନନ୍ତ ନାଗ ରଥଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ଓଡ଼ିଶା ପ୍ରେଦଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ୍ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି।।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା