ପାର୍ବଣ  ବଜାରରେ ଭେଜାଲକାରୀଙ୍କ ରାଜ୍ : ବଜାରସାରା ନକଲି ଘିଅ, ତେଲ, ଧୂପ, ଭୋଗ; ପ୍ରଶାସନ ନିରବ
ଜୟପୁର, ୧୨ ଅକ୍ଟୋବର (ହି.ସ.)- ପାର୍ବଣ ଆରମ୍ଭ ହୋଇଛି । ଘରେ ଘରେ ନବରାତ୍ର ପୂଜା ସହ ବିଭିନ୍ନ ଅନୁଷ୍ଠାନରେ ମୃଣ୍ମୟୀ ମୂର୍ତି ପୂଜା ଆରମ୍ଭ ହେଲାଣି । ସାମଗ୍ରୀ କିଣିବାରେ କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ, ନନ୍ଦପୁର, ପଟ୍ଟାଙ୍ଗୀ, ବୈପାରିଗୁଡା, କୁନ୍ଦୁର
ପାର୍ବଣ  ବଜାରରେ ଭେଜାଲକାରୀଙ୍କ ରାଜ୍ ବଜାରସାରା ନକଲି ଘିଅ, ତେଲ, ଧୂପ, ଭୋଗ, ପ୍ରଶାସନ ନିରବ


ଜୟପୁର, ୧୨ ଅକ୍ଟୋବର (ହି.ସ.)- ପାର୍ବଣ ଆରମ୍ଭ ହୋଇଛି । ଘରେ ଘରେ ନବରାତ୍ର ପୂଜା ସହ ବିଭିନ୍ନ ଅନୁଷ୍ଠାନରେ ମୃଣ୍ମୟୀ ମୂର୍ତି ପୂଜା ଆରମ୍ଭ ହେଲାଣି । ସାମଗ୍ରୀ କିଣିବାରେ କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ, ନନ୍ଦପୁର, ପଟ୍ଟାଙ୍ଗୀ, ବୈପାରିଗୁଡା, କୁନ୍ଦୁରା ବଜାରରେ ଭକ୍ତ ଓ ଶ୍ରଦ୍ଧାଳୁ ପୂଜା ବଜାରରେ ଭିଡ ଜମାଉଛନ୍ତି । କିନ୍ତୁ, ଏହି ଭକ୍ତି ପଛରେ ଚାଲିଛି ବଡ ଖେଳ । ଭକ୍ତି ନାଁରେ ବିକ୍ରି ହେଉଛି ବିଷ, ଆଉ ଏଥିରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । କୋରାପୁଟ ଜିଲାର ମୁଖ୍ୟ ବଜାର ସମେତ ଗ୍ରାମାଞ୍ଚଳର ବିଭିନ୍ନ ଦେବାଦେବୀ ମନ୍ଦିର ଭିତର ଓ ବାହାରେ ଥିବା ଶହ ଶହ ପୂଜା ସାମଗ୍ରୀ ଦୋକାନରେ ଏବେ ଖୁଲମ ଖୁଲ୍ଲା ଭେଜାଲ ବିକ୍ରି ଚାଲିଛି ବୋଲି ସାଙ୍ଘାତିକ ଅଭିଯୋଗ ଉଠିଛି ।

ଭକ୍ତ, ଶ୍ରଦ୍ଧାଳୁ , ପୂଜକ ଓ ବୁଦ୍ଧିଜୀବୀଙ୍କ ଅଭିଯୋଗ ଅନୁସାରେ, ପୂଜାରେ ସବୁଠୁ ପବିତ୍ର ବୋଲି ବିବେଚିତ ଶୁଦ୍ଧ ଦେଶୀ ଘିଅ ନାଁରେ ଡାଲଡା ଓ ପାମ ଅଏଲ ମିଶା ନକଲି ଘିଅ ଦିଆଯାଉଛି । ଦୀପ ପାଇଁ ବ୍ୟବହୃତ ସୋରିଷ ତେଲରେ ରିଫାଇନ, ପିଆଜିଆ ତେଲ ଓ ମୋବିଲ ଭଳି ରାସାୟନିକ ମିଶ୍ରଣ କରାଯାଉଛି । ସବୁଠୁ ବଡ ଭେଜାଲ ଧୂପକାଠିରେ । ସୁଗନ୍ଧିତ ଧୂପ ନାଁରେ ଅତ୍ୟନ୍ତ ନିମ୍ନମାନର ବାଉଁଶ କାଠିରେ ରାସାୟନିକ ବାସ୍ନା ମିଶା ଧୂପ ବିକ୍ରି ହେଉଛି । ଏହା ଜାଳିଲେ ଆଖି

ଜଳିବା, ଗଳା ଖରାପ ଓ ଶ୍ୱାସ ସମସ୍ୟା ହେଉଛି । ଏହା ଛଡା କର୍ପୁରରେ ପ୍ଲାଷ୍ଟିକ ମିଶ୍ରଣ, ସିନ୍ଦୂର, ଚନ୍ଦନ, ଅବିର, ହଳଦୀରେ ରାସାୟନିକ ରଙ୍ଗ ମିଶାଯାଉଛି । ମନ୍ଦିର ବାହାରେ ହେଉ କିମ୍ବା ମନ୍ଦିର ଭିତରେ, ବିକ୍ରି ହେଉଥିବା ଲଡୁ, ଖଜା, ପେଡା ଭଳି ଭୋଗ ନିମ୍ନମାନର ମଇଦା ଓ ନକଲି ଘିଅରେ ତିଆରି ହେଉଛି । ଏହି ଭେଜାଲ ସାମଗ୍ରୀ ଅଧିକ ଦାମରେ କିଣିବାକୁ ଭକ୍ତମାନେ ବାଧ୍ୟ ହେଉଛନ୍ତି । ପ୍ରତି ପାର୍ବଣରେ ଏହି ଲୁଟ୍ ଚାଲିଥିବା ବେଳେ ଖାଦ୍ୟ ସୁରକ୍ଷା, ଯୋଗାଣ

ଓ ପ୍ରଶାସନ ନୀରବ ଦ୍ରଷ୍ଟା ସାଜି ଥିବା ଲକ୍ଷ୍ୟ କରାଯାଇଛି । ପୂଜା ପୂର୍ବରୁ ସମସ୍ତ ଦୋକାନରେ ଚଢ଼ଉ କରି ସାମଗ୍ରୀ ଗୁଡିକର ନମୁନା ପରୀକ୍ଷା ଓ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି । ଏହି ପୂଜା ସାମଗ୍ରୀ ଆସୁଥିବା ସ୍ଥାନ ଉପରେ ଚଢଉ କଲେ ସବୁ କିଛି ପ୍ରଘଟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande