ଛାତ୍ରୀଙ୍କୁ ଅସମ୍ମାନ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ଓ କୁଶପୁତଳିକା ଦାହ
ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ମଣିପୁର ଇନର ସାଂସଦ ଅଙ୍ଗୋମତା ବିମଲ୍ ଜେଏନୟୁଙ୍କ ପ୍ରତି ଆଶାଳୀନ ମନ୍ତବ୍ୟକୁ ବିରୋଧ କରି ଆଜି ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଆଖିଆ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
ଛାତ୍ରୀଙ୍କୁ ଅସମ୍ମାନ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ଓ କୁଶପୁତଳିକା ଦାହ


ଧର୍ମଶାଳା,୧୨ଅକ୍ଟୋବର(ହି.ସ.) - ମଣିପୁର ଇନର ସାଂସଦ ଅଙ୍ଗୋମତା ବିମଲ୍ ଜେଏନୟୁଙ୍କ ପ୍ରତି ଆଶାଳୀନ ମନ୍ତବ୍ୟକୁ ବିରୋଧ କରି ଆଜି ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଆଖିଆ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଣିପୁର ଇନର ସାଂସଦଙ୍କ ବିରୋଧରେ ନାରାବାଜି ଦେଇ ମହିଳା କର୍ମୀମାନେ ହାତରେ ବିଜେପି ପତାକା ଓ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ୟାନରରେ ରାହୁଲ ଗାନ୍ଧୀଙ୍କ ଫଟୋରେ କ୍ରସ ଚିହ୍ନ ଲଗାଯାଇଥିଲା । ସେଠାରେ ଉଭୟଙ୍କ କୁଶ ପୁତଳିକା ଦାହ କରିବା ସହିତ ଏହି ଘଟଣାକୁ ଘୋର ନିନ୍ଦା କରି ସମସ୍ତ ମହିଳାଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ସମେତ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଦୀପ୍ତିମୟୀ କୁଆଁର, ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ଲିଲିମା ଭଦ୍ର, ମଧୁସ୍ମିତା ବେହେରା, ଜିଲ୍ଲା ଉପସଭାପତି ଲିପ୍ସିତା ରାଉତରାୟ, ସୁମିତ୍ରା ବେହେରା, ସ୍ମୃତିରେଖା ରାଉତ, ସୋନ୍ନପ୍ରଭା ନାୟକ, ରଶ୍ମିତା ରାଉତ, ନିବେଦିତା ଜେନା, ରାନୀ ସାମଲ, ସୁଜାତା ପରିଡ଼ା, ତିଲୋତମା ସେଠୀ, ସନ୍ଧ୍ୟା ସାହୁ, ଅନିତା ମଲ୍ଲିକ, ବର୍ଷା ଦେହୁରୀ, ଅନିତା ଦାସ, ଅନିତା ସେନାପତି, ତୃପ୍ତି ଦାସ, ସୁଷମା ଜେନା, ଲିପି ପଣ୍ଡା, ସୂର୍ଯ୍ୟମତୀ ମଲ୍ଲିକ, ଝରଣା ମଲ୍ଲିକ, ସୁଷମା ଦାସ, ଇନ୍ଦୁମତୀ ରାଉତ, ସୋନ୍ନପ୍ରଭା ସାହୁ, ଭବାନୀ ଚୌଧୁରୀ, ଚୁମୁକି ଜେନା, ମାମିନା ବିଶ୍ୱାଳ, ମାମିନା ରାୟ, ସସ୍ମିତା ବେହେରା, ରେବତୀ ପଣ୍ଡା, ବୀଣାପାଣି ପଣ୍ଡା, ଶ୍ରଦ୍ଧାଞ୍ଜଳି ପଣ୍ଡା, କମଳା ସେଠୀ ଓ ନିହାରିକା ମିଶ୍ରଙ୍କ ସମେତ ଯାଜପୁର ଜିଲାର ବହୁ ମହିଳା ନେତୃମଣ୍ଡଳୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande