ଏସଆଇଆର ନେଇ ନବୀନ ବାବୁଙ୍କ ମନରେ କେଉଁଠି ଦ୍ୱନ୍ଦ୍ୱ ରହୁଛି ତାହା ଆଗେ ସ୍ପଷ୍ଟ କରନ୍ତୁ: ମନମୋହନ ସାମଲ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ନବୀନ ବାବୁଙ୍କ ମନରେ କେଉଁଠି ଦ୍ୱନ୍ଦ୍ୱ ରହୁଛି ତାହା ଆଗେ ସ୍ପଷ୍ଟ କରନ୍ତୁ। ଯଦି ତାଙ୍କ ମନରେ ସ୍ପଷ୍ଟତା ନାହିଁ ତେବେ ନବୀନ ବାବୁ ନିଜେ କୁହନ୍ତୁ ସ୍ପଷ୍ଟତା ନାହିଁ ତାଙ୍କୁ ସ୍ପଷ୍ଟିକରଣ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହି
ମନମୋହନ  ସାମଲ


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ନବୀନ ବାବୁଙ୍କ ମନରେ କେଉଁଠି ଦ୍ୱନ୍ଦ୍ୱ ରହୁଛି ତାହା ଆଗେ ସ୍ପଷ୍ଟ କରନ୍ତୁ। ଯଦି ତାଙ୍କ ମନରେ ସ୍ପଷ୍ଟତା ନାହିଁ ତେବେ ନବୀନ ବାବୁ ନିଜେ କୁହନ୍ତୁ ସ୍ପଷ୍ଟତା ନାହିଁ ତାଙ୍କୁ ସ୍ପଷ୍ଟିକରଣ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ଉପଯୁକ୍ତ ଯୁକ୍ତି କରନ୍ତୁ। ନିର୍ବାଚନ କମିଶନଙ୍କଠାରୁ କେଉଁ ବାବଦରେ ସ୍ପଷ୍ଟୀକରଣ ଦରକାର, ମାଗିଲେ କିଏ ଦେବାକୁ ମନା କରୁଛି। କଂଗ୍ରେସ ସମୟରେ ସବୁବେଳେ ଏସଆଇଆର ହୋଇଛି, ଆମ ସମୟରେ ଥରେ ମାତ୍ର ହୋଇଛି। ଯଦି ମୃତ ଏବଂ ଜାଲି ଭୋଟରଙ୍କ ନା କଟିବ ନାହିଁ ତେବେ ଏସଆଇଆର ମାନେ କଣ ? ଯଦି କଟିଲା ଭୁଲ ତ୍ରୁଟି କେଉଁଠି ରହିଲା ? ରାହୁଲ ଗାନ୍ଧୀ ନିଜେ କହୁଥିଲେ, ଭୋଟର ଲିଷ୍ଟ ସଂଶୋଧନ ହେବା ଦରକାର, ସ୍ୱାଭାବିକ ଭାବେ ଏସଆଇଆରରେ ପ୍ରତିଫଳିତ ହେଲା। ଏଵେ ରାହୁଲ ଗାନ୍ଧୀଙ୍କ ଅସୁବିଧା କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande