
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ସିଜେପି ଆନ୍ଦୋଳନ ଓ ପୋଲିସ ଆକ୍ସନ ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର୍ ବିଶୃଙ୍ଖଳାକୁ ପ୍ରଶ୍ରୟ ଦେବେନି। ଗଣତନ୍ତ୍ରରେ ଶୃଙ୍ଖଳା ଓ ମର୍ଯ୍ୟାଦା ଭିତରେ ରହି ଆନ୍ଦୋଳନ କରିବା କଥା। ବିଜେପି ସର୍ବାଧିକ ସମୟ ବିରୋଧୀ ଦଳରେ ରହିଛି। ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିଛି। ବିରୋଧୀ ଦଳରେ ରହିଲେ ଧାର୍ଯ୍ୟ ଓ ମାନସିକ ସ୍ତରରେ ପ୍ରସ୍ତୁତି ଦରକାର। ବିରୋଧୀ ଦଳରେ ସମସ୍ତେ ରହିପାରିବେନି। ରାଜନୀତିକ ବିଚାରଧାରା, ନୈତିକତା, ଦାୟିତ୍ବବୋଧ ରହିବା ଆବଶ୍ୟକ। ଯେଉଁ କଥା ସେମାନେ ଉପସ୍ଥାପନ କରୁଛନ୍ତି ଗଠନମୂଳକ ଭାବରେ କରନ୍ତୁ। ନିର୍ବାଚନ କମିଶନଙ୍କ ପକ୍ଷରୁ କେଉଁ ବାବଦରେ ସ୍ପଷ୍ଟୀକରଣ ଦରକାର ତାହା ସଠିକ୍ ଭାବେ ମାଗିଲେ ଦେବାକୁ କେହି ମନା କରିନାହାନ୍ତି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା