ନବରାତ୍ରୀର ଦ୍ଵିତୀୟ ଦିବସରେ ମା' ବ୍ରହ୍ମଚାରିଣୀଙ୍କୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ନବରାତ୍ରୀର ଦ୍ଵିତୀୟ ଦିବସରେ ମା'' ବ୍ରହ୍ମଚାରିଣୀଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି
ବ୍ରହ୍ମଚାରିଣୀ


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ନବରାତ୍ରୀର

ଦ୍ଵିତୀୟ ଦିବସରେ ମା' ବ୍ରହ୍ମଚାରିଣୀଙ୍କୁ

ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ

ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ନବରାତ୍ରୀର ଦ୍ଵିତୀୟ ଦିବସରେ ମା' ବ୍ରହ୍ମଚାରିଣୀଙ୍କୁ ପ୍ରଣାମ। ମା' ବ୍ରହ୍ମଚାରିଣୀ ସମସ୍ତଙ୍କ ଜୀବନରେ ତ୍ୟାଗ, ଅନୁଶାସନ ଓ ଧୈର୍ଯ୍ୟଶକ୍ତି ପ୍ରଦାନ କରି ଆଶିଷ କରନ୍ତୁ।

ଉପମୁଖ୍ୟମନ୍ତ୍ରୀ

କନକ ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନବରାତ୍ରୀ

ର ଦ୍ୱିତୀୟ ଦିନରେ ମା' ବ୍ରହ୍ମଚାରିଣୀ ଙ୍କ ନିକଟରେ ମୋର ଭକ୍ତିପୂତ ପ୍ରଣାମ। ମା'ଙ୍କ ଆଶୀର୍ବାଦରୁ

ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଯାଉ।

ସୋସିଆଲ ମିଡିଆ

ଏକ୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ,ନବରାତ୍ରିର

ଦ୍ୱିତୀୟ ଦିବସ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ମା’ଙ୍କ

କୃପାରୁ ସମସ୍ତଙ୍କ ଜୀବନରେ ଧୈର୍ଯ୍ୟ, ଶାନ୍ତି ଓ ସକାରାତ୍ମକ ଶକ୍ତିର ସଞ୍ଚାର ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande