ଜୟପୁର ରାଜା ନହରରେ ଦଶହରା ଭେଟଘାଟ ସହିତ ଶସ୍ତ୍ର ପୂଜନ, ଶୋଭାଯାତ୍ରା
ଜୟପୁର, ୧୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ପାଇକ ସମାଜ ର ପାରମ୍ପରିକ ବାର୍ଷିକ ଖଣ୍ଡା ପୂଜା ଆଜି ଅନୁଷ୍ଠିତ ହୋଇଛି । ଜୟପୁର ମହାରାଜା ଙ୍କ ରାଜନଗର ସ୍ଥିତ ମତି ମହଲ ଠାରେ ଆଜି ଅନୁଷ୍ଠିତ ହୋଇଛି । ଉକ୍ତ ଖଣ୍ଡା ପୂଜା ଉତ୍ସ୍ୱ ରେ ଜୟପୁର ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ର ଚୂଡ଼
ଜୟପୁର ରାଜା ନହର ରେ ଦଶହରା ଭେଟଘାଟ ସହିତ ଶସ୍ତ୍ର ପୂଜନ , ଶୋଭା`ାତ୍ରା


ଜୟପୁର, ୧୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ପାଇକ ସମାଜ ର ପାରମ୍ପରିକ ବାର୍ଷିକ ଖଣ୍ଡା ପୂଜା ଆଜି ଅନୁଷ୍ଠିତ ହୋଇଛି । ଜୟପୁର ମହାରାଜା ଙ୍କ ରାଜନଗର ସ୍ଥିତ ମତି ମହଲ ଠାରେ ଆଜି ଅନୁଷ୍ଠିତ ହୋଇଛି । ଉକ୍ତ ଖଣ୍ଡା ପୂଜା ଉତ୍ସ୍ୱ ରେ ଜୟପୁର ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ର ଚୂଡ଼ ଦେବ ଉପସ୍ଥିତି ରେ ପୂଜା ସମାପନ ହୋଇଛି । ଜୟପୁର ଦଶହରା, କେବଳ ଏକ ପର୍ବ ନୁହେଁ, ବରଂ ଏହା ହେଉଛି ରାଜପରମ୍ପରା, ଆଦିବାସୀ ସଂସ୍କୃତି ଓ ଐତିହାସିକ ଗୌରବର ଏକ ଅନନ୍ୟ ପରିଚୟ। ଦୀର୍ଘ ବର୍ଷର ପରମ୍ପରାକୁ ଆଜି ବି ବଂଚାଇ ରଖିଛି ଜୟପୁରର ଦଶହରା ଉତ୍ସବ।ରାଜନହରରେ ଦଶହରା ଭେଟଘାଟ ଓ ଶସ୍ତ୍ର ପୂଜନକୁ ନେଇ ଦେଖିବାକୁ ମିଳେ ପରମ୍ପରା ଓ ଆସ୍ଥାର ଅପୂର୍ବ ସମନ୍ୱୟ। ବିଜୟା ଦଶମୀର ମହତ୍ୱକୁ ମନେ ପକାଇ ଶସ୍ତ୍ର ପୂଜନ ମାଧ୍ୟମରେ ଶକ୍ତି, ସାହସ ଓ ବିଜୟର ବାର୍ତା ଦିଆଯାଏ।ଜୟପୁରର ଦଶହରା ପରମ୍ପରା ସହ ଜଡ଼ିତ ରହିଛି ପୂର୍ବତନ ରାଜପରିବାରର ଇତିହାସ। ଦିନେ ଏହି ଉତ୍ସବରେ ରାଜାଙ୍କ ଉପସ୍ଥିତି, ଆଦିବାସୀ ମୁଖିଆଙ୍କ ଆଗମନ ଓ ପାରମ୍ପରିକ ଶୋଭାଯାତ୍ରା ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା।ବିଶେଷକରି ପବିତ୍ର ବାଉଁଶ ଲାଠି ବା ଲାଠି ପୂଜନ ଜୟପୁର ଦଶହରାର ଏକ ଅନନ୍ୟ ପରିଚୟ। ବିଭିନ୍ନ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ନିଜ ଗ୍ରାମଦେବତୀଙ୍କ ପ୍ରତୀକ ଭାବେ ପୂଜା କରୁଥିବା ପବିତ୍ର ଲାଠିକୁ ନେଇ ଜୟପୁରରେ ପହଂଚିଥାନ୍ତି। ଏହି ପରମ୍ପରା ଜୟପୁରର ଐତିହାସିକ ଓ ସାଂସ୍କୃତିକ ପରିଚୟକୁ ଆଜି ବି ଜୀବନ୍ତ ରଖିଛି।ରାଜତନ୍ତ୍ରର ଅବସାନ ପରେ ମଧ୍ୟ ଏହି ପରମ୍ପରାର ମହତ୍ୱ କମିନାହିଁ। ବରଂ ପିଢ଼ି ପରେ ପିଢ଼ି ଏହାକୁ ଆଗକୁ ବଢ଼ାଇ ନେଉଛନ୍ତି ଅଂଚଳବାସୀ। ଅନ୍ୟପଟେ, ଦଶହରା ଭେଟଘାଟ ସାମାଜିକ ଏକତା ଓ ଭାଇଚାରାର ଏକ ପ୍ରତୀକ। ପରସ୍ପର ମଧ୍ୟରେ ଶୁଭେଚ୍ଛା ବିନିମୟ, ପରମ୍ପରା ପ୍ରତି ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏହି ଉତ୍ସବର ମୁଖ୍ୟ ବାର୍ତା। ତେଣୁ ଜୟପୁରର ଦଶହରା କେବଳ ଦେବୀଙ୍କ ଆରାଧନାରେ ସୀମିତ ନୁହେଁ। ଏହା ହେଉଛି ଅତୀତର ଗୌରବକୁ ମନେ ପକାଇ ବର୍ତମାନ ପିଢ଼ି ପାଇଁ ପରମ୍ପରା ଓ ସଂସ୍କୃତିର ଏକ ଅମୂଲ୍ୟ ବାର୍ତା। ମୋତିମହଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଦଶହରା ପଡିଆରେ ପହଁଚି ଥିଲ।। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ୨ ହଜାରରୁ ଉଦ୍ଧ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande