
ଜୟପୁର, ୧୨ ଅକ୍ଟୋବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗରର ନୂତନ ପରିଚାଳନା କମିଟି ଗଠନ ହୋଇଛି l ଏଥିରେ ସଭାପତି ଡଃ. ସୁଦର୍ଶନ ଗୌଡ, ଉପସଭାପତି ଶ୍ରୀମତୀ ନିବେଦିତା ସାହୁ, ସମ୍ପାଦକ ମିହିର କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ବ୍ରହ୍ମା, କୋଷାଧ୍ୟକ୍ଷ ସଂଜୀବ କୁମାର ମିଶ୍ର, ସଦସ୍ୟ ତରୁଣ କୁମାର ବୁରୁଡି, ସଦସ୍ୟା ଶ୍ରୀମତୀ ମନୀଷା ଗୌଡ ଦାୟିତ୍ଵରେ ରହିଛନ୍ତି l ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କିପରି ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଛି l ଏହି ବୈଠକରେ ଶିକ୍ଷା ବିକାଶ କମିଟି ଦକ୍ଷିଣ ସମ୍ଭlଗ ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ। କୋରାପୁଟ ବିଭାଗ ନିରୀକ୍ଷକ ବିଷ୍ଣୁ ଚରଣ ଦାସ ଏବଂ ଦକ୍ଷିଣ ସମ୍ଭlଗ ସମ୍ପାଦକ ମନୋରଞ୍ଜନ ପ୍ରଧାନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନୂତନ ସମ୍ପାଦକ ମିହିର କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି