
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଗାୟକ
ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଓ
ଅନ୍ୟମାନେ ।
ଏନେଇ ଏକ୍ସ ହ୍ୟାଣ୍ଡେଲରେ
ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶିଷ୍ଟ କବି, ଗାଳ୍ପିକ ତଥା
କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରସିଦ୍ଧ ସଙ୍ଗୀତ
ନିର୍ଦ୍ଦେଶକ, ସୁପରିଚିତ ଗାୟକ ତଥା ଓଡ଼ିଶା ସଙ୍ଗୀତ ଜଗତ ର କିମ୍ବଦନ୍ତୀ ଗାୟକ
ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରସିଦ୍ଧ ସଙ୍ଗୀତ
ନିର୍ଦ୍ଦେଶକ, ଗାୟକ ଏବଂ ସାରସ୍ୱତ
ସାଧକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।
ଅନନ୍ୟ ସଙ୍ଗୀତ
ସାଧନା ଓ ସାହିତ୍ୟ ସୃଷ୍ଟି ମାଧ୍ୟମରେ ସେ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି । ତାଙ୍କର
ଅଗଣିତ ଲୋକପ୍ରିୟ ସଙ୍ଗୀତ ମାଧ୍ୟମରେ ସେ ସବୁଦିନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଅମର ହୋଇ
ରହିବେ ।
ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର
କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ନିଜର
ଜୀବନ୍ତ କଣ୍ଠସ୍ୱର, ଭାବପୂର୍ଣ୍ଣ
ସଙ୍ଗୀତ ସଂରଚନା ଏବଂ କାଳଜୟୀ ରଚନା ମାଧ୍ୟମରେ ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଅମର ହୋଇ
ରହିଛନ୍ତି।
ବିରୋଧୀ ଦଳ ନେତା
ନବୀନ ପଟ୍ଟନାୟକ କହିଛନ୍ତି ଯେ, ସ୍ୱର ଓ ସଙ୍ଗୀତର ଯାଦୁଗର ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୋର
ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ନିଆରା ଓ ସ୍ୱତନ୍ତ୍ର ପରିବେଷଣ ଶୈଳୀ ଦ୍ୱାରା ସେ ଅଭୁଲା ଛାପ
ଛାଡ଼ି ଯାଇଛନ୍ତି। ଓଡ଼ିଆ ସଙ୍ଗୀତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ।
ପୂର୍ବତନ
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଧୁନିକ ଓଡ଼ିଆ
ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟକ ତଥା ଔପନ୍ୟାସିକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ
ଅବସରରେ ଶ୍ରଦ୍ଧାଞ୍ଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା