ଟାଙ୍ଗରାଣି ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ : ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ
ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଳ ପଂଚାୟତର ଟାଙ୍ଗରାଣି ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷା ବର୍ଷର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର
ଟାଙ୍ଗରାଣି ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ :  ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ


ଟାଙ୍ଗରାଣି ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ :  ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ


ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଳ ପଂଚାୟତର ଟାଙ୍ଗରାଣି ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷା ବର୍ଷର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଭୋଜପୁର ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିକୁଞ୍ଜ ବିହାରୀ ରଣା ମୁଖ୍ୟ ଅତିଥି ଏବଂ ଭୋଜପୁର ବିଆର୍ଜି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବଡ଼ମାଳ ସମିତି ସଭ୍ୟା ଜେମାଦେଇ ମାଝୀ, ଟାଙ୍ଗରାଣି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ସମିତି ସଭ୍ୟ ହୃଦାନନ୍ଦ ନାଏକ, ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପାଶନା ସ୍ୱାଇଁ, ଟାଙ୍ଗରାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ନାଏକ, ଏସ୍ଏମ୍ସି ସଦସ୍ୟ ଜଗବନ୍ଧୁ ସୁନାନୀ, ବିଦ୍ୟାଳୟର ଭୂମିଦାତା ସୁନୀଲ ପ୍ରସାଦ ନାୟକ ଏବଂ ଭୋଜପୁର ସିଆରସିସି ସୁଧାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପାଠପଢ଼ା ସହ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକଳାପ ଓ ସୃଜନଶୀଳ ପ୍ରତିଯୋଗିତାରେ ଭାଗନେଇ ନିଜ ପ୍ରତିଭାର ବିକାଶ କରିବା ସହ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ରଙ୍ଗୋଲି, ରଚନା, ବିତର୍କ ଓ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ। ପ୍ରତିଯୋଗିତା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ପିଲାମାନେ ଆକର୍ଷଣୀୟ ଭାବେ ନିଜ ନିଜର କଳା ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦ୍ଯାପନୀ ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଚିଣ୍ଡା-ଲଇକେରାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୋଗ ଦେଇଥିବା ବେଳେ ଭୋଜପୁର ବିଆରଜି କଲେଜର ଅଧ୍ୟକ୍ଷ ଘାସିରାମ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେମାନେ ବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀଙ୍କୁ ଉତମ ଚରିତ୍ରବାନ୍ ଓ ଦାୟିତ୍ୱବାନ୍ ନାଗରିକ ଭାବେ ଗଢ଼ିତୋଳିବା ଉପରେ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଇଂରାଜୀ ଶିକ୍ଷକ ହରେକୃଷ୍ଣ ନାୟକ, ବିଜ୍ଞାନ ଶିକ୍ଷକ ସୁବ୍ରତ କୁମାର ପଣ୍ଡା, ସମିତି ସଭ୍ୟା ଜେମାଦେଇ ମାଝୀ, ଧୁଡ଼ିପାଳି ସିଆରସିସି ବିକାଶ ରଞ୍ଜନ ପୃଷେଠ ଏବଂ ସରେଇ ସିଆରସିସି ରମଣୀ କିସାନଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମାନସ ରଞ୍ଜନ ପଟେଲ ମଂଚ ପରିଚାଳନା କରିଥିବା ବେଳେ ଚକ୍ରଧର ମାଝୀ ପୁରସ୍କାର ବିତରଣ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଟାଙ୍ଗରାଣି ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ନାୟକ, ପ୍ରମୋଦ କୁମାର ସାହୁ, ବୀରେନ୍ଦ୍ର ଦାସ, ମାନସ ରଞ୍ଜନ ପଟେଲ, ପ୍ରଦୀପ କୁମାର ନାୟକ, ନମିତା ନାୟକ, ମିନାକ୍ଷୀ ପଟେଲ, ରୂପେଶ କୁମାର ପଟେଲ, ଅଶ୍ୱିନୀ ପ୍ରଧାନ, ହାରବୁ ଓରାମ ଓ ସୁଜିତ ଶେଉଳ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଭୋଜପୁର ସିଆରସିସି ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande